ସବୁ ଯୁବଗୋଷ୍ଠୀଙ୍କ ମନରେ ସ୍ୱେଚ୍ଛାସେବୀର ଭାବନା ଆସୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ଭୁବନେଶ୍ୱରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଆକ୍ସନ ଏଡ୍‌ର ଜାତୀୟ ମ୍ୟାନେଜର ଶ୍ରୀ ଘାସିରାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସମାଜରେ ଘଟୁଥିବା ଛୋଟବଡ଼ ଅସୁବିଧାର ସମାଧାନ କରିବାରେ ସ୍ୱେଚ୍ଛାସେବୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ମଧୁସୂଦନ ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ, ସବୁ ଯୁବଗୋଷ୍ଠୀଙ୍କ ମନରେ ସ୍ୱେଚ୍ଛାସେବୀର ଭାବନା ଆସୁ । ଯାହାଦ୍ୱାରା ଏକ ସୁନ୍ଦର ଦେଶ ଗଠନ ହୋଇପାରିବ । ଫ୍ୟୁଚର ଓଡ଼ିଶାର ସମ୍ପାଦକ ଶ୍ରୀ ଅଂଶୁମାନ ଦାସ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ଡଃ ସସ୍ମିତା କାମିଳା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ୱେଚ୍ଛାସେବୀ ସେବା କେନ୍ଦ୍ରର ସଭାପତି ଡଃ ରୀତା ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବାପି ନାୟକ ଧନ୍ୟବାଦ ଅର୍ପଣ କରି ଥିଲେ । କାର୍ଯ୍ୟକ୍ରମକୁ ରୁପାଲୀ ଦଳାଇ, ସନ୍ତୋଷ ସାହୁ, ମେନକା ମିଶ୍ର, ଅସିତ ଜେନା, ମନୋସ୍ମିତା, ଭାଗ୍ୟଲକ୍ଷ୍ମୀ ପରିଚାଳନା କରିଥିଲେ । ଭାଗିରଥି ନାୟକ, ଗୀତାଞ୍ଜଳି ଦଳାଇ, ଅନୁ, ରୁପାଲି, ଚେମି, ରାମଚନ୍ଦ୍ର, ସ୍ମୃତିରଞ୍ଜନ, ସୁଧାଂଶୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ