ବିଦ୍ୟାଧରପୁର ନିକଟରେ ଦୁଇଟି ହାତୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଦ୍ୟାଧରପୁର ନିକଟରେ ଆଜି ଅପରାହ୍ନରେ ଦୁଇଟି ହାତୀ ଦେଖିବାକୁ ମିଳିଛି। ହାତୀ ଦୁଇଟି ନିକଟସ୍ଥ ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ଏ ଅଞ୍ଚଳକୁ ପଳାଇ ଆସି ଥିବା ବେଳେ ଲୋକମାନେ ହୁରୁଡ଼ାଇ ଦେଇଥିଲେ। ହାତୀ ଦୁଇଟି ବ୍ୟାରେଜ୍ ଜଳଭଣ୍ଡାର ଦେଇ ପାଣିରେ ପଶି ବ୍ୟାରେଜ ଅତିକ୍ରମ କରି ଟିଲଗଡିଆ ଦେଇ ପଳାଇ ଥିବା ବେଳେ ପୁଣି ଫେରିଆସି ଟିଲଗଡିଆ ମଝିରେ ରହିଥିବା ସୁଚନା ମିଳିଛି। ଏନେଇ ହଦଗଡ଼ ରେଞ୍ଜରଙ୍କୁ ପଚାରିବାରେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀ ଦୁଇଟି ଉପରେ ନଜର ରଖିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ