୰ ଘନଶ୍ୟାମ ବେଜଙ୍କ ୫ମ ଶ୍ରାଦ୍ଧବାର୍ଷିକରେ ସ୍ମୃତିସଭା ଓ ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ସମାଜସେବୀ ତଥା ବାଲେଶ୍ୱରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ସ୍ୱର୍ଗତ ଘନଶ୍ୟାମ ବେଜଙ୍କ ୫ମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସହଦେବଖୁଣ୍ଟାସ୍ଥିତ ସ୍ୱର୍ଗତ ବେଜଙ୍କ ବାସଭବନ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ନାରୀନେତ୍ରୀ ସରସ୍ୱତୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ସାମାଜିକ କର୍ମୀ ଅରୁଣ ଜେନା ଓ ଇଂ. ଡ. ହୃଷିକେଶ ସାହୁ ଅତିଥି ଓ ବକ୍ତାଭାବେ ଯୋଗଦେଇ ସ୍ୱର୍ଗତ ଘନଶ୍ୟାମଙ୍କ ଆଦର୍ଶ ଓ ସମାଜସେବାର ତାଙ୍କର ବହୁ ଦୃଷ୍ଟାନ୍ତମୂଳକ ଘଟଣା ଉଲ୍ଲେଖ କରିଥିଲେ । ସେ କଂଗ୍ରେସ ରାଜନୀତିର ବହୁ ଉତ୍‌ଥାନ ଓ ପତନ ସମୟରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ରହିଥିଲେ । ବହୁ ଘାତପ୍ରତିଘାତରେ ସେ ନିଜର ରାଜନୈତିକ ଆଦର୍ଶକୁ ତ୍ୟାଗ କରିନଥିଲେ । ଯାହାକି ବର୍ତ୍ତମାନ ସମୟରେ ଏକ ଉଦାହରଣ ହୋଇରହିଛି ବୋଲି ବକ୍ତାମାନେ ମତ ଦେଇଥିଲେ । ସ୍ମୃତିଦିବସ ଅବସରରେ ସକାଳେ ଚାନ୍ଦମାରୀ ପଡ଼ିଆ ଅଞ୍ଚଳରେ ହରିଡ଼ା, ବାହାଡ଼ା ପ୍ରଭୃତି ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା । ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ତଥା ଆଇନଜୀବୀ ନିରଞ୍ଜନ ପରିଡ଼ା ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭା ଓ ବୃକ୍ଷରୋପଣ କାର୍ଯ୍ୟରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଘନଶ୍ୟାମ ବେଜ ସ୍ମୃତି କମିଟି ପକ୍ଷରୁ ଇଂ. କୁମାର କାର୍ତ୍ତିକ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱର୍ଗତ ବେଜଙ୍କ ଦୁଇପୁଅ ସୁଶାନ୍ତ, ପ୍ରଶାନ୍ତ ଓ ଝିଅ ଡ. ତୁଳସୀ ବେଜ ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ