ବାଲେଶ୍ଵର ଗସ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ବାଲେଶ୍ଵର, (ସରୋଜ ପଣ୍ଡା):ନୂତନ ସରକାର ଗଠନ ପରେ ପ୍ରଥମ ବାଲେଶ୍ଵର ଜିଲ୍ଲା ଗସ୍ତରେ ଆସିଥିଲେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମଙ୍ଗଳବାର ଭୁବନେଶ୍ୱରରୁ ବାହାରି ସନ୍ଧ୍ୟା ସମୟରେ ବାଲେଶ୍ଵର ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ସହରର ବହୁ ସଂଗଠନଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା। ସେଠାରେ ମନ୍ତ୍ରୀ ବାଲେଶ୍ଵର ସହରର କିଛି ବୁଦ୍ଧିଜୀବି ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ବିଚାର ବିମର୍ଶ କରିଥିଲେ । ଏହା ସହିତ ମନ୍ତ୍ରୀ ଏକାଧିକ ବ୍ୟକ୍ତିଙ୍କ ଆପତ୍ତି ଓ ଅଭିଯୋଗ ଶୁଣିଥିଲେ । ସଦର ବିଜେପି, ସରକାରୀ ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରଭୃତି ସଂଗଠନ ସହିତ ବିଭିନ୍ନ ମହାବିଦ୍ୟାଳୟର ପରିଚାଳନା କମିଟି କର୍ମକର୍ତ୍ତା ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ରାଜ୍ୟ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ ଓ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ ଥିଲେ I ଏହା ପରେ ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଜଉ କଣ୍ଢେଇ ବାହାଘର ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ତାଙ୍କ ସହ ସଦର ବିଧାୟକ ଶ୍ରୀ ଦତ୍ତ ଓ ବସ୍ତା ବିଧାୟିକା ସୁବାସିନୀ ଜେନା ମଧ୍ଯ ଅତିଥି ଭାବେ ସେହି ଉତ୍ସବରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସାରି ରାତିରେ ମନ୍ତ୍ରୀ ଭୁବନେଶ୍ୱର ଫେରିଯାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ