ପରିତ୍ୟକ୍ତ ଅବସ୍ଥାରେ ମରେଇଗାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା

ହାତଡ଼ିହି, (ବିକାଶ ବିଶ୍ୱାଳ):ପରିତ୍ୟକ୍ତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି ମରେଇଗାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା । ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏହି ଡାକ ବଙ୍ଗଳା ଟି ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଏହି ଡାକ ବଙ୍ଗଳା ଟି ଇଂରେଜ ସରକାରଙ୍କ ସମୟରେ ନିର୍ମାଣ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଭାରତ ସ୍ୱାଧୀନତା ପାଇବା ପରେ ଏହା ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ଗତ୪୦ବର୍ଷ ଧରି ବିଭାଗୀୟ ଅଧିକାରୀ ମାନେ ଏହି ଡାକ ବଙ୍ଗଳାକୁ ଅଣଦେଖା କରି ଆସିଛନ୍ତି। ଫଳରେ ଏହାର ଘର ଭାଙ୍ଗିରୁଜି ଯିବା ସହିତ ପାଚେରୀ ମଧ୍ୟ ଭାଙ୍ଗି ପଡିଛି। ଅନନ୍ଦପୁର ରୁ ଭଦ୍ରକ ମଧ୍ୟରେ ଏହି ଗୋଟିଏ ଡାକ ବଙ୍ଗଳା ଥିବାବେଳେ ପୂର୍ବରୁ ଅନେକ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଅନେକ ସମୟରେ ବିଶ୍ରାମ କରିଥାନ୍ତି। ଗତ କିଛିବର୍ଷ ପୂର୍ବେ ପୁଲିସ ବିଭାଗର କର୍ମଚାରୀ ଓ ଫୋର୍ସ ମାନେ ବର୍ଷ ବର୍ଷ ଧରି ଏଠାରେ ରହୁଥିଲେ। ବ୍ଲକ ଠାରୁ ମାତ୍ର ୨କିଲୋମିଟର ଦୂରରେ ଥିବା ଏହି ଡାକବଙ୍ଗଳା ଟିର ଗୁରୁତ୍ୱ ଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଏହା ଜରାଜୀର୍ଣ୍ଣ ହୋଇ ପଡିଛି। କିନ୍ତୁ ଗତ କିଛି ବର୍ଷ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାର ତୋରଣ ଓ ଫାଟକ ନିର୍ମାଣ କରାଯାଇଥିଲା। ଯେଉଁଠି ଘର ନାହିଁ ସେଠାରେ ତୋରଣ କିଏ ଓ କାହିଁକି ନିର୍ମାଣ କରାଗଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ଦକବଙ୍ଗଳା ଟିର ପୁନଃ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏବେ ହାଟଡ଼ିହି ଅଞ୍ଚଳରେ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ମିଳୁ ନ ଥିବା ବେଳେ ଯଦି ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିର୍ମାଣ ନକରିବ ତେବେ ଏହି ସ୍ଥାନରେ ଅନ୍ୟ ବିଭାଗର କାର୍ଯ୍ୟାଳୟ ଖୋଲିବାକୁ ଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ