ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ସହଦେବଖୁଣ୍ଟାସ୍ଥିତ ସହରାଞ୍ଚଳ ହସପିଟାଲରେ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଦୀର୍ଘବର୍ଷ କାର୍ଯ୍ୟ କରି ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ପଦବୀରୁ ଚଳିତମାସରୁ ଅବସର ନେଇଥିବା ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ସ୍ଥାନୀୟ ଜନଆରୋଗ୍ୟ ସମିତି ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମେଡିକାଲ୍ ଅଫିସର ଡାକ୍ତର ଲମ୍ବୋଦର ବଳ ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ । ଜନଆରୋଗ୍ୟ ସମିତିର ସଭାପତି ତଥା କାଉନ୍‌ସିଲର ଦେବାଶୀଷ ସିଂହ, ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ମନୋଜ ନାୟକ ଓ ସଂଜୟ ଚୌଧୁରୀ, ମହିଳା ପ୍ରତିନିଧି ସରସ୍ୱତୀ ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଡାକ୍ତର ମିଶ୍ର ଜଣେ ସୁଚିକିତ୍ସକ ଓ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ସମଗ୍ର ଜିଲ୍ଲାରେ ସୁନାମ ଅର୍ଜନ କରିଥିବାର ପ୍ରକାଶ କରିଥିଲେ । ସହଦେବଖୁଣ୍ଟା ଚିକିତ୍ସାଳୟକୁ ଏକନମ୍ବର କରିବାରେ ସେ ସମସ୍ତ ପ୍ରକାର ସହଯୋଗ ଏବଂ ପରାମର୍ଶ ପ୍ରଦାନ କରିଆସିଛନ୍ତି । ଅବସରପରେ ଡାକ୍ତର ମିଶ୍ରଙ୍କ ସୁସ୍ଥ ନିରାମୟ ଜୀବନ ସହ ସ୍ୱାସ୍ଥ୍ୟସେବାରେ ସେ ଅଧିକ ନିଷ୍ଠା ପ୍ରଦାନ କରିବେ ବୋଲି ବକ୍ତାମାନେ ଆଶା ପ୍ରକାଶ କରିଥିଲେ । ବିଦାୟ ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର କହିଥିଲେ ଯେ, ସେ ସରକାରୀ ଚାକିରିରୁ ଅବସର ନେଲେବି, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଏବଂ ସମାଜସେବା କାର୍ଯ୍ୟରେ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସହକାରୀ ପ୍ରୋଗ୍ରାମ ମ୍ୟାନେଜର ଶାଶ୍ୱତୀ ମହାପାତ୍ରଙ୍କ ସମେତ ସହଦେବଖୁଣ୍ଟା ଚିକିତ୍ସାଳୟର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପୁନଉର୍ତ୍ଥାନ ସଂସ୍ଥାର ପ୍ରୋଗ୍ରାମ କୋଡ଼ିନେଟର ପରମେଶ୍ୱର ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ