ବିଦ୍ୟୁତ୍ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କଲେ ରେମୁଣା ବିଧାୟକ
ବାଲେଶ୍ୱର, (ସରୋଜ ପଣ୍ଡା):ବୁଧବାର ସନ୍ଧ୍ୟାରେ ବାଲେଶ୍ଵର ସର୍କିଟ ହାଉସ ରେ ରେମୁଣା ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ବିଦ୍ୟୁତ୍ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ଏହି ବୈଠକରେ ବିଦ୍ୟୁତ୍ ବିଭାଗର jE,SDO,AE,SE ଏବଂ ରେମୁଣା ବ୍ଲକ ଅଧିନସ୍ଥ ରେମୁଣା , ଗୁଡୁଦା,ହରିପୁର, ମୋହାରାଜପୁର, ଶ୍ରିଜଙ୍ଗ, ସାରଗାଁ,ମଠସହି ଅଞ୍ଚଳର ଚାଷୀ ଭାଇ ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଚାଷୀ ମାନେ ଅଭାବି ବର୍ଷା ହେତୁ ଚାଷ କାମକୁ ତ୍ବରାନ୍ବିତ କରିବା ପାଇଁ ଜମିରେ ଥିବା ଗଭିର ନଳକୂପ ମାନଙ୍କୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରି ଜଳସେଚନର ସୁ ବ୍ୟବସ୍ଥା ପାଇଁ ବିଧାୟକଙ୍କ ଉପସ୍ଥିତିରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ବିଧାୟକ ଅଧିକାରୀଙ୍କୁ ଯଥାଶୀଘ୍ର ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ଭାଇ ମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ଆଦେଶ ଦେଲେ। ଏତଦ୍ ବ୍ୟତୀତ ସାଧାରଣ ଲୋକଙ୍କ ବିଦ୍ୟୁତ୍ ଜନିତ ସମସ୍ୟାର ସମାଧାନ ମଧ୍ୟ କରିଥିଲେ। ଏଠାରେ ପ୍ରାୟ 100 ରୁ ଉର୍ଦ୍ଧ ଲୋକଙ୍କ ଅସୁବିଧାର ସମୀକ୍ଷା କରି ତୁରନ୍ତ ସମାଧାନ କରିଥିଲେ ବିଧାୟକ । ଉକ୍ତ ବୈଠକରେ ରେମୁଣା ବିଦ୍ୟୁତ୍ ବିଭାଗୀୟ ବିଧାୟକ ପ୍ରତିନିଧି ଗଜେନ୍ଦ୍ର ସେଠୀ,ରେମୁଣା ବ୍ଲକ ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି,ସଦର ବ୍ଲକ ପ୍ରତିନିଧି ଲମ୍ବୋଦର ପ୍ରଧାନ,ଉମାକାନ୍ତ ପଣ୍ଡା,ସୁବୋଧ ଚନ୍ଦ୍ର ପଣ୍ଡା,ଉମାକାନ୍ତ ଜେନା, ମଣ୍ଡଳ ସଭାପତି ବିଭୂତି ରଞ୍ଜନ ସେନାପତି,ଜୟନ୍ତ ମଣ୍ଡଳ, ଶାସଙ୍ଗ ସରପଞ୍ଚ ପ୍ରଫୁଲ୍ଲ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।