ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷ ରେ କୋଣାର୍କ ଜ୍ଞାନ ମଞ୍ଚ ଓ ପଣ୍ଡିତ ନୀଳକଣ୍ଠ ସ୍ମୃତି ସମିତି ଭୁବନେଶ୍ଵର ଙ୍କ ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାରୋହରେ ସଂସ୍କୃତି ଗବେଷକ ଡଃ ହରମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନାତି ପ୍ରାଧ୍ୟାପକ ଡଃ ପୁର୍ଣ୍ଣେନ୍ଦୁ ଦାଶ, ଅର୍ଥ ବିଭାଗର ଅତିରିକ୍ତ ସଚିବ ସିଦ୍ଧାର୍ଥ କାନୁନଗୋ,କୋଣାର୍କ ଜ୍ଞାନ ମଞ୍ଚର ସଦସ୍ୟ ତଥା ସମାଜସେବୀ ହରିଶ୍ଚନ୍ଦ୍ର ଦାଶ ଓ ସଦସ୍ୟ ସଞ୍ଜୟ ବରାଳ ପ୍ରମୁଖ ମଞ୍ଚାସୀନ ହୋଇ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି, ଓଡିଆ ଭାଷା ଓ ସାହିତ୍ୟର ମହାନ ସାଧକ ତଥା ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ମହାମନିଷୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗତ ରବିବାର ଆୟୋଜିତ ହୋଇଥିଲା ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗିତା । ଆଜି କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଏହି ଜୟନ୍ତୀ ସମାରୋହରେ ସ୍ଥାନୀୟ ଅଂଚଳର ଶତାଧିକ ପୁରୁଷ ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।