ଚାଷ ଜମିରେ ହତ୍ୟା ଉଦ୍ୟମ ଘଟଣା ଅଭିଯୁକ୍ତ ଗିରଫ   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଚାଷ  ଜମିରେ ପନିପରିବା ଫସଲ ଉପରେ ମାଟି ପଡ଼ିଯିବା ଘଟଣାକୁ କେନ୍ଦ୍ର କରି ସାମାନ୍ୟ ବଚସା ରୁ ଘଟିଥିବା  ହତ୍ୟାଉଦ୍ୟମ ମାମଲାରେ ମଙ୍ଗଳବାର ଦିଗପହଣ୍ଡି ପୋଲିସ ଫାସିଗୁଡ଼ା ଗ୍ରାମର ସନ୍ତୋଷ ପ୍ରଧାନ ଙ୍କୁ ଥାନା ମାମଲା ନଂ.୩୦୩/୨୪ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗତ ୩ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଫାସିଗୁଡ଼ା ଗ୍ରାମର ସିମାଞ୍ଚଳ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ନୟନି ପ୍ରଧାନ ତାଙ୍କ ଚାଷ ଜମି କୁ ଯାଇ ମାଟି ଖୋଳୁଥିବା ବେଳେ କିଛି ମାଟି ସନ୍ତୋଷ ଙ୍କ ଜମିରେ ଲାଗିଥିବା ପନିପରିବା ଚାରା ଉପରେ ପଡିଯାଇଥିଲା। ସିମାଞ୍ଚଳ ନିଜ ଭୁଲ ସ୍ୱୀକାର କରିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ସାମାନ୍ୟ ବଚସା କୁ କେନ୍ଦ୍ରକରି ସନ୍ତୋଷ ସିମାଞ୍ଚଳ ଓ ତାଙ୍କ ସ୍ତ୍ରୀ ଙ୍କୁ ଗାଳି ଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସିମାଞ୍ଚଳ ହାତରେ ଧରିଥିବା ଠିଆକୋଡ଼ି ଛଡାଇ ତାଙ୍କ ମୁଣ୍ଡ କୁ ସନ୍ତୋଷ ମାରିବାରୁ ରକ୍ତ ବାହାରିବା ସହ ତାଙ୍କର ଏକ ଦାନ୍ତ ଭାଙ୍ଗି ଯାଇଥିଲା। ସେ ଚେତାଶୂନ୍ୟ ହୋଇ ଜମି ରେ ଟଳି ପଡ଼ିଥିଲେ।ପାଖରେ ଥିବା ପ୍ରକାଶ ପ୍ରଧାନ ତାଙ୍କୁ ପାଣି ଛାଟିବା ପରେ ତାଙ୍କ ଚେତା ଫେରିଥିଲା। ତାଙ୍କୁ ସ୍ତ୍ରୀ ଚାଷଜମି ରୁ ଉଦ୍ଧାର କରି ଏକ ଅଟୋ ଯୋଗେ ଡେଙ୍ଗାଓସ୍ତା ଗ୍ରାମ ସ୍ଥିତ ଏକ ଘରୋଇ କ୍ଲିନିକ୍ ରେ ଚିକିତ୍ସା କରାଇବା ପରେ ଗ୍ରାମ ଭଦ୍ରଲୋକଙ୍କୁ ଜଣାଇଥିଲେ।କିଛି ମୀମାଂସା ନହେବାରୁ ଘଟଣାର ପରଦିନ ଥାନା ରେ ପହଞ୍ଚି ଅଭିଯୁକ୍ତ ଙ୍କ ବିରୋଧରେ ଏତଲା ଦେଇଥିଲେ।ଏତଲା କୁ ଭିତ୍ତି କରି ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ ଆଇ ସୋଫିଆ ମିଶ୍ର ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ