ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କରଞ୍ଜିଆ ରେ ଲାଗୁହେବ ତ???
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟରେ ନୂତନ ସରକାର ଆସିବାପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ଜିଲାପାଳ ମାନଙ୍କୁ ସରକାରୀ ଜମିରୁ ଉଚ୍ଛେଦ ପାଇଁ ନିର୍ଦେଶ କୁ ନେଇ ସରକାରୀ ଜମି ମାଡ଼ି ବସିଥିବା ଲୋକଙ୍କ ମଧ୍ୟରେ ଛନ୍କା ପଶିଲାଣି। ଏପରିକି ଗତ ୧୭ ତାରିଖ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଠାରେ କହିଥିଲେ, ପୂର୍ବରୁ କେବଳ ଗରିବଙ୍କ ଓଡ଼ିଆ ଘର ଭଙ୍ଗା ଯାଉଥିବା ବେଳେ ଏବେ ବଡ଼ବଡ଼ିଆଙ୍କ ଘରେ ବୁଲ୍ଡୋଳର ଚାଲିବ। ଏହା ଏବେ କରଞ୍ଜିଆ ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ବଡ଼ବଡ଼ିଆଙ୍କ ଘର ଭାଙ୍ଗାଯିବ ତ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।କରଞ୍ଜିଆ ସହରର ମୁଖ୍ୟ ରାସ୍ତା ଜବରଦଖଲ ଯୋଗୁଁ ସଂକୁଚିତ ହୋଇଛି । ଜବରଦଖଲ କରିଥିବା ପ୍ରଭାବଶାଳୀ ଅନୁଷ୍ଠାନ ଏବଂ ବଡ଼ବଡ଼ିଆଙ୍କ ଜବରଦଖଲ ଉଚ୍ଛେଦ ହେଉନାହିଁ । ଏପରିକି କିଛି ଲୋକ ରାସ୍ତା ଉପରେ ମାଡ଼ିବସି ଦୋକାନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଘୋଷଣା ସହରବାସୀଙ୍କୁ ଆଶ୍ୱସ୍ତି ଦେଇଛି। ପୂର୍ବରୁ ବହୁବାର ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି କିନ୍ତୁ କେବଳ ଛୋଟ ଛୋଟ ଗୁମୁଟି ଓ ଉଠାଦୋକାନୀ ଙ୍କୁ ଛାଡିଦେଲେ କୌଣସି ବଡ଼ ବିଲଡିଂ ବା ଦୋକାନ, ପ୍ରତିଷ୍ଠାତା ଉପରେ ଉଛେଦ ପ୍ରକ୍ରିୟା କରାଯାଇନାହିଁ କୌଣସି ବଡ଼ ଅଧିକାରୀ ବଡ଼ବଡ଼ିଆକୁ ହାତ ମାରିପାରୁ ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ଜିଲ୍ଲାପାଳ ଙ୍କୁ ଚିଠି ପରେ ଏବେ ସହରର ଚା’ ଦୋକାନରୁ ଆରମ୍ଭ କରି ସବୁଠି ଜବରଦଖଲ ଉଛେଦ ଚର୍ଚ୍ଚା ରାସ୍ତା ଉପରକୁ ଘର, ଦୋକାନ ଆଦି ମାଡ଼ି ଆସିବାରୁ ମୁଖ୍ୟରାସ୍ତା, ଗଳିକନ୍ଦିରେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ଏହାସହ ବିଭିନ୍ନ ବିକାଶମୂଳଳ ଯୋଜନାର କାର୍ଯ୍ୟନ୍ଵୟନ ପାଇଁ ଜାଗା ନାହିଁ। କିଛି ବର୍ଷ ପୂର୍ବରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ଆର୍ଥିକ ଓ ରାଜନୈତିକ ଚାପ ଯୋଗୁଁ ବାରମ୍ବାର ପ୍ରଶାସନ ପଛକୁ ହଟିଯାଇଥିବା ନଜିର ରହିଛି । ଏବେ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ଜିଲ୍ଲାପାଳ ଙ୍କୁ ଚିଠି ପରେ କରଞ୍ଜିଆ ସହର ରେ ଜବରଦଖଲ ଉଛେଦ ହେଉଛି କି ନାହିଁ ଦେଖିବାକୁ ବାକି ରହିଲା