ପାରଳା ବିଧାୟକ ବିପର୍ଯ୍ୟସ୍ତ ଗ୍ରାମାଞ୍ଚଳ ରାସ୍ତା ନିରୀକ୍ଷଣ କରି ତୁରନ୍ତ ନିର୍ମାଣ ପାଇଁ ଯନ୍ତ୍ରୀଙ୍କ ସହ ଆଲୋଚନା କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀର କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଠାରୁ ଗଡିଆ ଡିଆଖାଲ, ଗ୍ରାମ୍ୟ ଉନ୍ନୟନ ସଡ଼କ ଠାରୁ ଚନ୍ଦ୍ରିୟାପେଟା ଭାୟା ପେଦାଗୁଡା ନର୍ସିପୂର୍ ରାସ୍ତା ନିରୀକ୍ଷଣ କଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ କୁମାର ପାଣିଗ୍ରାହୀ. ରାସ୍ତା ଗୁଡ଼ିକ ଅବସ୍ଥା ଗୁରୁତର ଥିବା ଲକ୍ଷ୍ୟ କରି ତୁରନ୍ତ ରାସ୍ତା ର୍ନିମାଣ କାର୍ଯ୍ୟ ଆରମ୍ଭ କରି ଯଥା ଶୀଘ୍ର ଶେଷ କରିବା ପାଇଁ ଆଦେଶ ଦେଇଥିଲେ । ବିଧାୟକଙ୍କ ଏହି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିରୀକ୍ଷଣ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ଶାୟାମା, ଗୁମ୍ମା ବ୍ଲକ ଅଧ୍ଯକ୍ଷା ସୁନେମି ମଣ୍ଡଳ, ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଗଣ ଉପସ୍ଥିତ ଥିଲେ.