ଗୁମ୍ମା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ପ୍ରବଳ ଜନ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ଅଞ୍ଚଳରେ ବାରମ୍ବାର ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି. ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏବେ ଗାଁ ଗାଁରେ ଅସନ୍ତୋଷର ସ୍ବର ଉଠିବାରେ ଲାଗିଛି |ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ୨ ରୁ ୩ ମାସ ହେବ ଗୁମ୍ମା ଅଞ୍ଚଳରେ ଘନ ଘନ ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ହନ୍ତସନ୍ତ କରୁଛି । ବର୍ଷା ହେବା ମାତ୍ରେ ବିଦ୍ୟୁତ ଗାଏବ ହୋଇଯାଉଛି। ବର୍ଷା କମିବା ପରେ ମଧ୍ଯ ବିଦ୍ୟୁତ ଯୋଗାଣ ହେଉନାହିଁ । ଗାଁ ଗହଳି ଠାରୁ ଆରମ୍ଭ କରି ବ୍ଲକ ସଦର ମହକୁମା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତି କାଟ ଏବେ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି I ବିଶେଷ କରି ବର୍ଷା ଋତୁରେ ଜୀବଜନ୍ତୁ ଏବଂ ମଶାମାଛି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥ‌ିବା ବେଳେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା ଲୋକଙ୍କ ଦୁଃଖକୁ ଦୁଇଗୁଣ କରିଛି। ଗୁମ୍ମା, ଗାଇବା, ସେରଙ୍ଗ, ବି.କଳାକଟ ଓ ପଦ୍ମପୁର ଏସବୁ ଫିଡର ଗୋଟିଏ ହୋଇଥିବା ବେଳେ କୌଣସି ଗାଁର ବିଦ୍ୟୁତ ସେବା ବନ୍ଦ ହେଲେ ସମଗ୍ର ଗୁମ୍ମା ବ୍ଲକ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହେଉଛି। ସେହିପରି ଗୁମ୍ମା ସଦର ମହକୁମାରେ ବ୍ଲକ, ତହସିଲ, ବ୍ୟାଙ୍କ, ଆଧାର କାର୍ଡ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସମବାୟ ସମିତି କାର୍ଯ୍ୟାଳୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହିଯିବା ସହ ଆବେଦନ କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହୋଇଥାଏ | ଏହାକୁ ନେଇ ଗାଁଗାଁରେ ପ୍ରତିବାଦର ସ୍ବର ତୀବ୍ର ହେଉଥ‌ିବା ବେଳେ ବିଦ୍ୟୁତ ବିତରଣ କମ୍ପାନୀ ନିଦାବିଷ୍ଣୁ ସାଜି ବସି ରହିବାକୁ ନେଇ ବୁଦ୍ଧିଜୀବୀ ବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏହି କ୍ରମରେ ମଙ୍ଗଳ ଳବାର ଅପରାହ୍ନ ୪ଟାରେ ବର୍ଷା ହେବା ମାତ୍ରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ରାତି ତମାମ ବିଦ୍ୟୁତ ଯୋଗାଣ ହୋଇ ନ ଥିବା ବଳେ ବୁଧବାର ମଧ୍ୟାହ୍ନ ୧୨ଟା ପରେ ସେବା ବିଦ୍ୟୁତ ଯୋଗାଣ ହୋଇଥିଲା I ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼କରଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ କମ୍ପାନୀ ଶହ ଶହ କୋଟି ଟଙ୍କା ବିନିଯୋଗ କରୁଥିବା ବେଳେ ଗ୍ରାମାଞ୍ଚଳରେ ୪ଘଣ୍ଟା ବିଜୁଳି ରହୁନାହିଁ ହିଁ ବୋଲି କହିଛନ୍ତି ଗୁମ୍ମା ଅଞ୍ଚଳବାସୀ | ଏନେଇ ଗଛ କାଟିବା ଏବଂ ବିଭିନ୍ନ ସ୍ଥାନରେ ଗଛ ପଡ଼ିଯିବା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଟିପିଏସଓଡ଼ିଏଲ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ