ଏକ କାଳୀନ ସମସ୍ତ ସେବା ଯୋଗାଉଥିବା ଶଖୀ ଓ ଜାଗୃତିର କାର୍ଯ୍ୟକାରୀ କମିଟିର ସମିକ୍ଷା ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନିର୍ଯ୍ୟାତିତା ମହିଳା ଏବଂ ବାଳିକାମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗ ନିମନ୍ତେ ଏକ କାଳୀନ ସମସ୍ତ ସେବା ଯୋଗାଉଥିବା କେନ୍ଦ୍ର ସଖୀ ଓ ଜାଗୃତିର କାର୍ଯ୍ୟକାରୀ କମିଟିର ଏକ ସମିକ୍ଷା ବୈଠକ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ବ୍ରହ୍ମପୁର ମେଡିକାଲ କେଲଜ ପରିସରରେ ଥିବା ସଖୀ କେନ୍ଦ୍ରରେ ପୁଲିସ ସହାୟତା,ଡାକ୍ତରୀ ସହାୟତା,ଆଇନ ସହୟତା ସହ ଅନ୍ୟାନ୍ୟ ସହୟାତ ମିଳିଥାଏ । ବଳତ୍କାର ପଡିତା, ପାରିବାରିକ ହିଂସା, ଯୈାନ ନିର୍ଯ୍ୟାତନା,ବାଲ୍ୟ ବିବାହ,ଯୈାତୁକ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ଏଠାରେ ଆସି ଆଶ୍ରୟ ନେବା ସହ ସେମାନେ ଏଠାରେ ପଞ୍ଜିକରଣ କରିପାରିବେ । ସେମାନଙ୍କୁ ଯେଉଁ ସବୁ ସେବା ଆବଶ୍ୟକ ତାହା ମାଗଣାରେ ଯୋଗଇ ଦିଆଯିବ । ଡକ୍ତରମାନେ ସଖୀ କେନ୍ଦ୍ରକୁ ଆସି ସେବା ଯୋଗାଇବାକୁ କୁହାଯାଇଛି । ଉକ୍ତ କେନ୍ଦ୍ର ପରିସର ପରିସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ କ୍ଷେତ୍ରରେ ପୁଲିସର ସହୟତା ଆବଶ୍ୟକ ତାହା ନେବାକୁ କୁହାଯାଇଥିଲା । ପ୍ରତି ବ୍ଲକରେ ମହିଳା ମାନେ ନିର୍ଯ୍ୟତନା ସମେତ ଅନ୍ୟାନ୍ୟ ଅସୁବିଧା ହେଉଥିଲେ ବି ଏ ସର୍ମ୍ପକରେ ଏହି ସଂସ୍ଥା ନିକଟକୁ ଖବର ପହଂଚି ପାରୁନାହିଁ । ତେଣୁ ପ୍ରତି ବ୍ଲକର ସିଡିପିଓ ମାନେ କେଶ ଆଣିବାକୁ କୁହାଯାଇଛି । ଏହି ସଖୀ କେନ୍ଦ୍ରରେ ମହିଳାଙ୍କୁ କାଉନସିଲିଙ୍ଗ କରି ସମସ୍ୟାର ସମାଧନ କରାଯାଉଥିବା ବୈଠକରେ କୁହାଯାଇଛି । ୧୫୫୪ଟି କେଶ ସଖୀ କେନ୍ଦ୍ରକୁ ଆସିଥିବା ବେଳେ ୬୨୬ଟି କେଶ ସଫଳ ହୋଇଥିବା ବେଳେ ୯୦୮ଟି କେଶ ସରିଯାଇଛି ଏବଂ ୨୦ ଟି କେଶ ପ୍ରକ୍ରିୟାକରଣ ଅଧୀନରେ ରହିଥିବା ବୈଠକରେ କୁହାଯାଇଛି । ସଖୀ ଓ ଜାଗୃତିର ଆଭିମୁଖ୍ୟ ଏବଂ ନିୟମ ଉପରେ ବୈଠକରେ ଆଲୋକପାତ ହେବା ସହ ବିବୀନ୍ନ ସମସ୍ୟା ଓ ସଫଳ କାହାଣି ଉପରେ ମଧ୍ୟ ଜିଲାପାଳ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆବିଦ ପରଭିନ, ଚ୍ଲାଇଡ ଲାଇନର ସୁଧିର ସାବତ, ଜିଲା ଶିଶୁ ଅଧିକାରୀ ସୁବୁଦ୍ଧ ଷଡଙ୍ଗୀ, ଦେବବ୍ରତ ମାହୁନ୍ତ, ଶଖୀର ମହେସ୍ୱେତା ପାଢୀଙ୍କ ସମେତ ସମସ୍ତ ସିଡିପିଓ,ପୁଲିସ,ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ