ବିଦ୍ୟାଳୟ ଗୁଡିକର ବିଭିନ୍ନ ପ୍ରକଳ୍ପ ଗୁଡିକର କାମ ତ୍ୱରାନ୍ୱିତ ପାଇଁ ବୈଷୟିକ ପରାମର୍ଶଦାତାମାନଙ୍କୁ ନିର୍ଦ୍ଦେଶ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ସମସ୍ତ ବିଦ୍ୟାଳୟ ଗୁଡିକର ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ବନ୍ଧରେ ଜିଲ୍ଲା ଶିକ୍ଷାଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଅମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଗୁଡିକରେ ଅତିରିକ୍ତ ଶ୍ରେଣୀ ଗୃହ, ଶୌଚାଳୟ, ର‌୍ୟାମ୍ପ୍‌, ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ସବୁ ବ୍ଲକର ବୈଷୟିକ ପରାମର୍ଶଦାତାମାନଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତି ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ବୈଷୟିକ ପରାମର୍ଶଦାତା ଇଂ ମନୋଜ କୁମାର ବେହେରା ଓ ଇଂ ନୀଳକଣ୍ଠ ସୁନ୍ଦରାୟ ପ୍ରତି ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ବୈଠକରେ ଟିକିନିଖି ସମୀକ୍ଷା କରିଥିଲେ । ସମସ୍ତ ବ୍ଲକର ବୈଷୟିକ ପରାମର୍ଶଦାତା ମାନଙ୍କୁ ସେମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଥିବା ପ୍ରକଳ୍ପ ଗୁଡିକ କାମ ଶେଷ କରିବାକୁ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା । ଉକ୍ତ ସମୟ ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ସମଗ୍ର ଶିକ୍ଷାର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା ଓ ସମସ୍ତ ବ୍ଲକର ବୈଷୟିକ ପରାମର୍ଶଦାତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ