ସୁନାମୀ ପ୍ରସ୍ତୁତ ସ୍ୱୀକୃତି ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଜଡଗଡ ସମ୍ମିଳନୀ କକ୍ଷରେ ସୁନାମୀରୁ କିପରି ରକ୍ଷା ଆଭିମୁଖ୍ୟ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । ଗଞ୍ଜାମ ଜିଲାର ସମୁଦ୍ର ତଟବର୍ତୀ ୪ଟି ବ୍ଲକ ର ୪୨ ଟି ଗ୍ରାମ ସମ୍ଭାବ୍ୟ ସୁନାମୀ ପ୍ରବଣ ଗାଁ ରହିଛି । ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କେଟରାୟପୁର ସୁନାମୀ ପ୍ରସ୍ତୁତ ଗାଁ ଭାବେ ସାଟିଫେକଟ ପାଇଥିବା ବେଳେ ପୁଣି ଆଉ ୪ଟି ଗାଁ ମାକଣ୍ଡି,ପ୍ରୟାଗି,କଟିଂଆଗଡ ଓ ଉପୁଲାପୁଟି ଚିହ୍ନଟ ହୋଇ ଏହାର ପ୍ରସ୍ତାବ ଯାଇଛି । ଖୁବଶ୍ରଘ ୟୁନେସ୍କୋ ର ଏକ ଟିମ ଆସି ଏଠାରେ କଣ ସବୁ ବ୍ୟବସ୍ଥା କରାଯାଇଛି ତାହା ଯାଂଚ କରିବେ ବୋଲି ବୈଠକରେ କୁହାଯାଇଥିଲା । ଗାଁ ମାନଙ୍କରେ ସୁନାମୀ ଆସିଲେ ସୁରକ୍ଷା ଦିଗରେ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ସେ ସଂପର୍କରେ ଆଲୋଚନା ହୋଇଥିଲା । ଜିରୋ କାଜୁଆଲଟି ଉପରେ ମୁଖ୍ୟ ଫୋକସ ରହିଥାଏ । ସୁନାମୀ ସମ୍ପର୍କରେ ଆଗୁଆ ସୂଚନା,ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର , ଆଗୁଆ ରୁଟ ମ୍ୟାପ୍ ପ୍ରସ୍ତୁତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ବୈଠକକୁ ଆସିଥିବା ଗାଁ ର ଭଦ୍ରବ୍ୟକ୍ତି ସେମାନେ ନିଜ ଗ୍ରାମକୁ ଯାଇ ସୁନାମୀ ଉପରେ ସଚେତନତା କରାଇବେ । ସୁନାମୀ ଆସିବାର ସୂଚନା ମିଳିବା ମାତ୍ରେ କଣ ସବୁ କରିବାକୁ ପଡିବ ସେ ଉପରେ ଆଲୋଚନା ହୋଇଥିଲା । ସମୁଦ୍ର ଉପକୂଳ ଅଚଂଳର ବିପରୀତ ଦିଗକୁ ପ୍ରାୟ ୨ କିମି ପ୍ରର୍ଯ୍ୟନ୍ତ ଚାଲିଯିବା । ଜିଲାପ୍ରଶାସନ,ବ୍ଲକ ପ୍ରଶାସନ,ଏନଜିଓ ମାନଙ୍କର କଣ ସବୁ ଭୂମିକା ରହିଛି ତାହା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜରୁରୀ କାଳୀନ ଅଧିକାରୀ ଆୟୁଷି ପତି,ମେଘାନାଦ ବେହେରା, ଓସଡମାର ଜିଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ, ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ଗଞ୍ଜାମ ବିଡିଓଙ୍କ ସମେତ ଜନପ୍ରତିନିଧି ଓ ଏନଜିଓ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ