ତଥ୍ୟ ଲୁଚାଉଛନ୍ତି ନିର୍ବାହୀ ଅଧିକାରୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସୂଚନା ମାଗିବାର ଏକ ବର୍ଷ ୧୦ମାସ ଵିତିଲାଣି। ଏଯାବତ୍ କୋଣାର୍କ ଏନ୍ଏସିର କାଉନସିଲର ତଥା ଜଣେ ସୂଚନା ଅଧିକାର କର୍ମୀରୂପେ ପରିଚିତ ନିହାର ରଞ୍ଜନ ଵେଉରାଙ୍କୁ ଆବଶ୍ୟକୀୟ ସୂଚନା କୋଣାର୍କ ଏନ୍ଏସିର ପ୍ରଥମ ଅପିଲ କର୍ତ୍ତୃପକ୍ଷ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଦେଉନାହାନ୍ତି। କୋଣାର୍କ ଏନ୍ଏସିରେ ହୋଇଥିବା କୋଟି କୋଟି ଟଙ୍କାର ମହାଘୋଟାଲା ଲୋକଲୋଚନକୁ ଆସିଯିଵା ଭୟରେ ଟିକସ ଅସୁଲକାରୀ ଭାଗ୍ୟରଥୀ ବରାଳଙ୍କ କାର୍ଯ୍ୟଧାରା ସଂପର୍କରେ ମଗାଯାଇଥିଵା ସୂଚନା ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ଦେଉନାହାନ୍ତି। ଏ ସଂପର୍କିତ ସୂଚନା ପ୍ରଦାନ ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ନିର୍ବାହୀ ଶ୍ରୀମତୀ ଧଳ ଅବମାନନା କରି ଦୁଇମାସ ଧରି ନିରଵତା ଅବଲମ୍ବନ କରିଛନ୍ତି। କୋଣାର୍କ ଏନ୍ଏସିରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତାର ସଂଯୋଗ ସେତୁ ପାଲଟିଥିବା ଟିକସ ଅସୁଲକାରୀ ଭାଗ୍ୟରଥୀକୁ ଉଦ୍ଦେଶ୍ୟମୂଳକଭାଵେ ନିର୍ବାହୀ ଅଧିକାରୀ ଘଣ୍ଟ ଘୋଡାଉଥିଵା କାଉନସିଲର ନିହାରଙ୍କ ସମେତ ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ଟିକସ ଅସୁଲକାରୀ ଭାଗ୍ୟରଥୀଙ୍କ କେଳେଙ୍କାରୀର ପର୍ଦ୍ଦାଫାଶ ହେଲେ ନିର୍ବାହୀ ଅଧିକାରୀ ଓ ଏନ୍ଏସି ଅଧ୍ୟକ୍ଷାଙ୍କ ଦୁର୍ନୀତିଯୁକ୍ତ ଖୋଲିଯିବାର କୋକୁଆ ଭୟ ସୃଷ୍ଟି ହୋଇଛି। ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଜଣେ ଅଭ୍ୟାସଗତ ସୂଚନା ଅଧିକାର ଆଇନ ଉଲ୍ଲଂଘନକାରୀ ବୋଲି ସୂଚନା କମିଶନଙ୍କ ୱେବସାଇଟରୁ ପ୍ରାପ୍ତ ତଥ୍ୟରୁ ସ୍ପଷ୍ଟ ହୋଇଛି। ଗତ ୨୦୨୨ ମସିହାରେ ଦଶରଥପୁର ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ସମୟରେ ସୂଚନା ଅଧିକାର ଆଇନର ଅବମାନନା କରି ଶ୍ରୀମତୀ ଧଳ ୨୫ହଜାର ଟଙ୍କା ଜୋରିମାନା ଗଣିଛନ୍ତି। ସୂଚନା କମିଶନଙ୍କ ୨୦୨୨ ମସିହା ଜୁନମାସ ୩୦ତାରିଖ ଅର୍ଥ ଦଣ୍ଡାଦେଶ ଆଧାରରେ ୨୨.୮.୨୦୨୨ ତାରିଖରେ ଟ୍ରେଜେରୀ ଚାଲାଣ ନଂ- ୧୮ରେ ଶ୍ରୀମତୀ ଧଳ ୨୫ହଜାର ଟଙ୍କା ଜୋରିମାନା ଦାଖଲ କରିଥିବା ସୂଚନା କମିଶନଙ୍କ ୱେବସାଇଟରେ ଦର୍ଶାଯାଇଛି। ଇତି ପୂର୍ବରୁ କୋଭିଡ ମହାମାରୀ ସମୟରେ ତିହିଡି ଅତିରିକ୍ତ ତହସିଲଦାର ଥିବା ସମୟରେ ଶ୍ୱେତପଦ୍ମା ଧଳ କର୍ତ୍ତବ୍ୟରେ ଅନିୟମିତତା କରି ୨୩.୪.୨୦୨୦ ତାରିଖରେ ନିଲମ୍ବିତ ସୋଇଥିଲେ। କୋଣାର୍କ ଏନ୍ଏସି କାଉନସିଲର ନିହାର ରଞ୍ଜନ ଵେଉରା ଗୃହ ଓ ନଗର ଉନ୍ନୟନ ବିଭାଗ ସଚିଵ ତଥା ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ଦେଇଥିବା ଅଭିଯୋଗରୁ ଜଣାପଡଛି ଯେ ଗତ ୨୭.୧୦.୨୦୨୩ ତାରିଖରୁ ନିହାର ମାଗିଥିବା ସୂଚନା ଏଯାବତ୍ ମିଳିପାରି ନାହିଁ। ନିହାର ସୂଚନା ଅଧିକାର ଆଇନ-୨୦୦୫ ଆଧାରରେ କୋଣାର୍କ ଏନ୍ଏସିର ଟିକସ ଅସୁଲକାରୀ ଭାଗ୍ୟରଥୀ ଵରାଳଙ୍କ ନିଯୁକ୍ତି ପତ୍ର, ଶିକ୍ଷାଗତ ଯୋଗ୍ୟତା, ବିଭିନ୍ନ ଦାୟିତ୍ଵ ନିର୍ବାହ ଓ ସଂପତ୍ତି ତାଲିକା ସଂପର୍କିତ ୯ଟି ପ୍ରଶ୍ନର ଉତ୍ତର ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳଙ୍କୁ ମାଗିଥିଲେ। ଶ୍ରୀମତୀ ଧଳ କୋଣାର୍କ ଏନ୍ଏସିର ପ୍ରଥମ ଅପିଲ କର୍ତ୍ତୃପକ୍ଷ ଭାବରେ ସୂଚନା ନଦେଇ କାଳକ୍ଷେପଣ ନୀତି ଅବଲମ୍ବନ କରିଥିଲେ। ନିହାରଙ୍କ ବାରମ୍ଵାର ସ୍ମାରକପତ୍ର ପ୍ରଦାନ ପରେ ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ଭାଗ୍ୟରଥୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଵଳିତ ସୂଚନା ଦିଆଯିଵ କି ନାହିଁ ବୋଲି ୨.୫.୨୦୨୪ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ପତ୍ର ଲେଖି ସ୍ପଷ୍ଟୀକରଣ ମାଗିଥିଲେ। ଗତ ୧୨.୬.୦୨୪ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରଥମ ଅପିଲ କର୍ତ୍ତୃପକ୍ଷ ଏହି ମାମଲାର ଶୁଣାଣି କରି ଯଥାଶୀଘ୍ର ନିହାରଙ୍କୁ ସୂଚନା ପ୍ରଦାନ କରିବାକୁ ନିର୍ଵାହୀ ଅଧିକାରୀ ଶ୍ରୀମତୀ ଧଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ଦୁଇମାସ ଵିତିଵାକୁ ଯାଉଥିଲେ ମଧ୍ୟ ନିର୍ଵାହୀ ଅଧିକାରୀ ଶ୍ରୀମତୀ ଧଳ ସୂଚନା ନଦେଇ ନିରଵତା ଅବଲମ୍ବନ କରିଛନ୍ତି। ଅନ୍ୟପଟେ ଗତ ସାଧାରଣ ନିର୍ବାଚନ ଆଚରଣବିଧି ବଳବତ୍ତର ଥିବା ସମୟରେ ଟିକସ ଅସୁଲକାରୀ ଭାଗ୍ୟରଥୀ ଚାକିରୀ ଆରମ୍ଭରୁ ୧୯୯୪ ମସିହାରୁ ଏଯାବତ୍ ଗୋଟିଏ ଷ୍ଟେସନରେ ରହି ବିଭିନ୍ନ ପ୍ରକାର ଦୁର୍ନୀତି ଓ ଦଳୀୟ ରାଜନୀତିରେ ସଂପୃକ୍ତ ଥିଵା ରାଜ୍ୟ ତଥା କେନ୍ଦ୍ର ନିର୍ଵାଚନ କମିଶନଙ୍କ ନିକଟରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ସ୍ଥାନୀୟ ଅଧିକାରୀ ଶ୍ରୀମତୀ ଧଳଙ୍କୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଆସିଥିଲା। ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳ ନିଜ ରିପୋର୍ଟରେ ଭାଗ୍ୟରଥୀ ଉଚ୍ଚ ରକ୍ତଚାପ, ମଧୁମେହ, ଅମ୍ଳପିତ, ଥାଇରଏଡ, ଶ୍ୱାସ ଇତ୍ୟାଦି ବିଭିନ୍ନ ପ୍ରକାର ରୋଗରେ ପୀଡିତ ଥିବା ଏବଂ ଜଣେ ସଚ୍ଚୋଟ ଆଗଧାଡିର କର୍ତ୍ତବ୍ୟନିଷ୍ଠ କର୍ମଚାରୀ ବୋଲି ଏକ ପ୍ରଶଂସାପତ୍ର ଲେଖି ପୁରୀ ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଏଡିଏମଙ୍କୁ ପ୍ରଦାନ କରିଥିଲେ। ଭାଗ୍ୟରଥୀଙ୍କୁ ଘଣ୍ଟ ଘୋଡ଼ାଇ ସୂଚନା ଅଧିକାର ଆଇନର ଅବମାନନା କରି ଆସୁଥିବା ନିର୍ବାହୀ ଅଧିକାରୀ ଶ୍ରୀମତୀ ଧଳଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେଵା ନିମନ୍ତେ କାଉନସିଲର ନିହାର ରଞ୍ଜନ ଵେଉରା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ପତ୍ର ଲେଖିଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ