ବାଲେଶ୍ଵରରେ ବିଜେପି ଉତ୍ତର ଓଡ଼ିଶା କ୍ଷେତ୍ରୀୟ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆଜି ବାଲେଶ୍ଵର ଜିଲା ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ଉତ୍ତର ଓଡ଼ିଶା କ୍ଷେତ୍ରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଉତ୍ତର ଓଡ଼ିଶାର ପାଞ୍ଚଟି ସାଂଗଠନିକ ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ରାଇରଙ୍ଗପୁର ଓ ବାରିପଦାର ଆଗାମୀ ଦଳିୟ କାର୍ଯ୍ୟସୂଚୀ ବିଷୟରେ ଯୋଜନା ପ୍ରସ୍ତୁତ ହୋଇଥିଲା। ବୈଠକରେ ରାଜ୍ଯ ସଭାପତି ମନମୋହନ ସାମଲ ମହୋଦୟ ୧- ତ୍ରୀରଙ୍ଗା ଯାତ୍ରା, ୨- ବିଭାଜନର ବିଭିସିକା, ୩- ହର-ଘର ତ୍ରୀରଙ୍ଗା, ୪- ବୁଥ୍ ସ୍ଥରୀୟ ଜାତୀୟ ପତକା ଉତ୍ତୋଳନ, ୫- ରକ୍ଷାବନ୍ଧନ, ୬- ପ୍ରଧାନମନ୍ତ୍ରୀଙ୍କ ମନ-କି-ବାତ୍ ଓ ୭- ସ୍ବଚ୍ଛ ଭାରତ ଅଭିଯାନ ଉପରେ କର୍ମ ସୂଚୀ ପ୍ରସ୍ତୁତ କରି ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ଦାଇତ୍ୱ ଅର୍ପଣ କରିଥିଲେ। ଉତ୍ତର ଓଡ଼ିଶା କ୍ଲଷ୍ଟର ଦାୟିତ୍ୱରେ ଥିବା ରାଜ୍ୟ ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ବିଷୟରେ କହିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କ ବ୍ଯକ୍ତବ୍ଯରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ କରି କହିଥିଲେ ଏବେ ଆମ୍ଭମାନଙ୍କର ଦାଇତ୍ୱ ଦଶଗୁଣ ବଢିଯାଇଛି। ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୁରଣ କରିବା ପାଇଁ ଆମ ସମସ୍ତଙ୍କୁ ଅଧିକରୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଶାସକ ଦଳର ଉପ ମୁଖ୍ୟସଚେତକ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଭଦ୍ରକ ଜିଲ୍ଳା ସଭାପତି ହେମନ୍ତ ପାଢ଼ୀ, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ, ବାରିପଦା ଜିଲ୍ଲା ସଭାପତି କାନ୍ଦରା ସୋରେନ, ବାଲେଶ୍ଵର ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ମଞ୍ଚାସୀନ ଥିଲେ। ଉକ୍ତ ପାଞ୍ଚଟି ଜିଲ୍ଲାର ସାଂଗଠନିକ ଦାୟିତ୍ଵରେ ଥିବା ସମସ୍ତ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।