ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପରୁ ଅନ୍ତର କର୍ମଚାରୀଙ୍କୁ ଥଇଥାନ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଦାବିପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ ସଙ୍ଘ ତରଫରୁ ଦିଲ୍ଲୀରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଦୀର୍ଘବର୍ଷ ହେବ କାର୍ଯ୍ୟରୁ ଅନ୍ତର ହୋଇଥିବା ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପର କର୍ମଚାରୀ ସଙ୍ଘ ଓଡ଼ିଶା ତରଫରୁ ସଙ୍ଘର ରାଜ୍ୟ ସଭାପତି ଗିରିଧାରିଲାଲ ବାଗ, ଉପସଭାପତି କୋରାମଣି ପଣ୍ଡା ଓ ଗଜପତି ଜିଲ୍ଲା ସଙ୍ଘ ସଭାପତି ରାଜେନ୍ଦ୍ର କୁମାର ଦଳାଇ ଏବଂ ସମ୍ପାଦକ ସୁଦର୍ଶନ ବରାଡ଼ଙ୍କ ସହିତ ସଙ୍ଗଠନର ସମସ୍ତ ସଦସ୍ୟଙ୍କ ଉଦ୍ୟମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି ଜାତୀୟ ଶିଶୁଶ୍ରମିକ ପ୍ରକଳ୍ପ କର୍ମଚାରୀଙ୍କୁ ଥଇଥାନ କରିବା ନିମନ୍ତେ ଦାବି କରାଯାଇଛି। ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ବିଜେପି ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ପ୍ରସନ୍ନ ପାଢ଼ୀ ଏବଂ କଳାହାଣ୍ଡି ସାଂସଦ ମାଳବିକା ଦେବୀଙ୍କ ନେତୃତ୍ବରେ କେନ୍ଦ୍ର ଶ୍ରମମନ୍ତ୍ରୀ ମୁନସୁଖ ମାଣ୍ଡଭିୟଙ୍କୁ ସାକ୍ଷାତ କରି ଅବଗତ କରାଇଥିଲେ | ପ୍ରକାଶଯେ,ଗତ ୧୯୯୬ ମସିହାଠାରୁ କେନ୍ଦ୍ର ସରକାରଙ୍କ ଏହି ପ୍ରକଳ୍ପ ଶିଶୁ ଶ୍ରମିକକୁ ଉଦ୍ଧାର କରି ସେମାନଙ୍କୁ ଶିକ୍ଷା ପ୍ରଦାନ ସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ୨୧ ରାଜ୍ୟରେ ବିଦ୍ୟାଳୟ ଗଠନ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶାର ୨୪ ଜିଲ୍ଲାରେ ଏହି ଶିଶୁ ଶ୍ରମିକ ସ୍ବତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିଲା I ଶିଶୁ ଶ୍ରମିକ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ ନେତୃତ୍ବରେ ଚୟନ କରାଯାଇ ମେଧାବୀ ଉଚ୍ଚ ଶିକ୍ଷିତ ଯୁବକ/ ଯୁବତୀ ଯୁବତୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତି କରାଯାଇଥିଲା। କାଳକ୍ରମେ ୨୦୨୨ ମସିହାରେ କେନ୍ଦ୍ର ସରକାର ଦ୍ୱିତୀୟ ଶିଶୁଶ୍ରମିକ ପ୍ରକଳ୍ପକୁ ସମଗ୍ର ଶିକ୍ଷା ଅଭିଯାନରେ ମିଶ୍ରଣ କରାଯାଇଥିଲା । କିନ୍ତୁ ଦୀର୍ଘବର୍ଷ ଧରି ରହିଥ‌ିବା ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷା ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଅନ୍ତର କରାଯାଇଥିଲା । ଯାହାଦ୍ବାରା ଓଡ଼ିଶାର ୩ ହଜାରରୁ ପାଞ୍ଚଶହରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ବୟସାଧୂକ କାରଣରୁ ଅନ୍ୟ କୌଣସି ନିଯୁକ୍ତିରେ ସୁଯୋଗ ମିଳୁନାହିଁ। ଯାହାଦ୍ବାରା ସେମାନଙ୍କ ପରିବାରବର୍ଗ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି ଛନ୍ତି। ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ଦେଶର ଲକ୍ଷ ଲକ୍ଷ ଶିଶୁ ଶ୍ରମିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ସେହି ଶିକ୍ଷକ ନିଜେ ସମାଜରେ ସମ୍ମାନର ସହିତ ବଞ୍ଚିବା ନିମନ୍ତେ ଅନେକ ସଙ୍ଘର୍ଷ କରିବାକୁ ପଡୁଛି। ସେମାନଙ୍କୁ ଥଇଥାନ କରିବା ସକାଶେ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରଣ କରୁ ନ ଥିବା ଅଭିଯୋଗ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ