୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମ୍ମିଳନୀ, ସମାନ କାମକୁ ସମାନ ଦରମା ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦାରେ ଅଲ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଉପସଭାପତି କ୍ରୀଷ୍ଣା ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ଜିଲ୍ଲାରୁ ୧୦୮ ଆମ୍ବୁଲାନ୍ସ ପାଇଲଟ, ଫାର୍ମାସିଷ୍ଟ, ଆଟେଣ୍ଡେଣ୍ଟ କର୍ମଚାରୀ ଯୋର ଇଥିଲେ I ଏଥିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଏବଂ ସଂଘକୁ କିଭଳି ସୁଦୃଢ଼ କରାଯିବ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା I ଏଥିସହ ମୁଖ୍ୟତଃ ମୁଖ୍ୟତଃ ଆମ୍ବୁଲାନ୍ସ କର୍ମଚାରୀ ୧୨ଘଣ୍ଟା କାମକରି ୮ ଘଣ୍ଟାର ପାରିଶ୍ରମିକ ପାଉଛନ୍ତି । ୪ଘଣ୍ଟାର ପ୍ରାପ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠିକା ସଂସ୍ଥା ହଡ଼ପ କରୁଛି| ଏହାକୁ ଘୋର ନିନ୍ଦା କରାଯିବା ସହ ସଠିକ କାମକୁ ସଠିକ ପ୍ରାପ୍ୟ କେମିତି ମିଳିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏତତ ବ୍ୟତୀତ ଜିଲ୍ଲାସ୍ତରୀୟନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ କ୍ରୀଷ୍ଣା ଚନ୍ଦ୍ର ନାୟକ, ଉପସଭାପତି ଆଲୋକ କୁମାର ନାୟକ, ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ, ସହସମ୍ପାଦକ ସରୋଜ କୁମାର ପଟ୍ଟନାୟକ, କୋଷାଧ୍ଯକ୍ଷ କୋର କମିଟି ଦୁର୍ଗା ପ୍ରସାଦ ପାଢ଼ୀ, ସୁମିତ ବାରିକ୍, ସହ କୋଷାଧ୍ୟକ୍ଷ କେଦାରନାଥ ସାହୁ, ଦ ପାଢ଼ୀ, ଅଶ୍ୱିନୀ କୁମାର ନାୟକ, ସଭ୍ୟ ଜିସାୟ ପାଣି ପ୍ରମୁଖ ମନୋନୀତ ହୋଇଥିବା ଜଣା ଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ