ପ୍ରଶାନ୍ତ ନାୟକ ହେଲେ ଏଫସିଆଇ ପରାମର୍ଶଦାତା କମିଟିର ସଦସ୍ୟ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକର ପୂର୍ବତନ ଅଧକ୍ଷ, ବିଜେପି ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଓବିଶି ମୋର୍ଚ୍ଚାର ରାଜ୍ୟ ସଂଯୋଜକ ପ୍ରଶାନ୍ତ ନାୟକଙ୍କୁ ଏଫସିଆଇ (ଭାରତୀୟ ଖାଦ୍ୟ ନିଗମ)ର ରାଜ୍ୟ ପରାମର୍ଶ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି l ଗଞ୍ଜାମ ମହାବିଦ୍ୟାଳୟର ଛାତ୍ର ସାଂସଦ ସଭାପତି ରୂପେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନାୟକ ବେଳେ,ପରବର୍ତ୍ତୀ ସମୟରେ ସରପଞ୍ଚ, କୋଡିଏ ବର୍ଷ ଧରି କୋପେରେଟ ସୋସାଇଟର ସଭାପତି, ଓବିଶି ମୋର୍ଚ୍ଚା ରାଜ୍ୟ ଉପସଭାପତି, ନିଜର ଦାୟିତ୍ୱ ତୁଲାଇ ଆସିଛନ୍ତି l ଏହା ଜଣେ ଜଣେ ଆଗଧାଡିର କଣ୍ଠଶିଳ୍ପ ରୂପେ ବେଶ ପରିଚିତ l.ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l ସୂଚନାଯୋଗ୍ୟ ଏହି କମିଟିର ରାଜ୍ୟ ଅଧକ୍ଷ କଟକ ସାଂସଦ ଭୃତହରି ମହାତବ ଥିବା ବେଳେ ଏହାର ଚାରିଜଣ ସଦସ୍ୟ ଅଛନ୍ତି l ସେଥି ମଧ୍ୟରୁ ଶ୍ରୀ ନାୟକ ଜଣେ ସଦସ୍ୟ l