ଅସ୍ଵାସ୍ଥ୍ୟ କର ପରିବେଶ ଓ ଅବ୍ୟବସ୍ଥା ରେ ସୋରଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ସୋରଡା, (ରଜନୀ କାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବର୍ତମାନ ଜଙ୍ଗଲ ପରିବେଶ ପରି ଏକ ଅସ୍ଵାସ୍ଥ୍ୟ କର ପରିବେଶ ସୃଷ୍ଟି ହୋଇଛି । ୫ ଟି ଯୋଜନା ରେ କିପରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ଠିକାଦାର ମାନେ ବିଦ୍ୟାଳୟ କୁ ଏକ ଜଙ୍ଗଲମୟ ପରିବେଶ ରେ ପରିଣତ କରିଛନ୍ତି ତାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୋରଡା ସରକାରୀ ବାଳିକା ଊଚ ବିଦ୍ୟାଳୟ ରେ । ପୂର୍ବତନ ରାଜ୍ୟ ସରକାର ୫ ଟି ନାମ ରେ ବିଦ୍ୟାଳୟ ର ରୂପନ୍ତି କାରଣ କାର୍ଯ୍ୟ ଆରମ୍ଭ କରିଥିଲେ, ଏଥିରେ ପ୍ରତି ବିଦ୍ୟାଳୟ କୁ ପାଖାପାଖି ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଗଲା। ବିଦ୍ୟାଳୟ ରେ ଉନ୍ନତ ମାନ ର ଶୈକ୍ଷିକ ବାତାବରଣ ପ୍ରଦାନ କରିବା ଲକ୍ଷ ରେ ଆରମ୍ଭ ହୋଇଥିଲା ଏହି ଯୋଜନା । ଏଥିରେ ସରକାରୀ ବାଳିକା ଊଚ ବିଦ୍ୟାଳୟ କୁ ମଧ୍ୟ ଅନୁଦାନ ମିଳିଲା ଏବଂ କାମ ମଧ୍ୟ ଆରମ୍ଭ ହେଲା। ଠିକାଦାର କାମ ଆରମ୍ଭ କରିଲେ ସବୁ ଭାଙ୍ଗି ରୂପାନ୍ତି କରଣ କରିଲେ କିନ୍ତୁ ପରିଶ୍ରାଗାର କରିଲେ ନାହିଂ। ଇତି ମଧ୍ୟ ରେ ପାଖାପାଖି ଏକ ବର୍ଷ ବିତିଗଲାଣି କିନ୍ତୁ ଏହି ବାଳିକା ଊଚ ବିଦ୍ୟାଳୟ ରେ ପିଲାଙ୍କ ପାଇଁ ଗୋଟିଏ ପରିଶ୍ରାଗର ଟିଏ ମଧ୍ୟ ହେଇପାରିଲା ନାହିଂ । ସବୁ ବିଭାଗୀୟ ଅଧିକାରୀ କ୍ଷମତା ଆଗରେ ମୁଣ୍ଡ ନୂଆଇ ଧୀରେ ରହିଗଲେ। ଏବେ ଖୋଲା ସ୍ଥାନ ରେ ଝିଅ ମାନେ ପରିଶ୍ରା କରୁଛନ୍ତି। ବିଦ୍ୟାଳୟ କୁ ଲାଗି ବଡ ବଡ କୋଠା ରହିଛି ଏପରି ସ୍ଥତିରେ କିପରି ଝିଅ ମାନେ ପରିଶ୍ରା କରୁଥିବେ ତାହା ଭାବିବା କଷ୍ଟ। ବିଦ୍ୟଳୟ ଟି ଏବ ଏକ ଜଙ୍ଗଲ ମୟ ପରିବେଶ ମଧ୍ୟ ରେ ରହିଛି। ଚାରିଆଡେ ଗଛ ଲଟା ଆଉ ଅଳିଆ ଗଦା। ଏ ସବୁ କୁ ସଫା କରିବା ପାଇଁ ଆବଶ୍ୟକ ଅର୍ଥ ମଧ୍ୟ ବିଦ୍ୟାଳୟ ରେ ନାହିଂ। ଗତ କିଛି ବର୍ଷ ତଳେ ରାଜ୍ୟ ସରକାର ୧୦୦ ମିଟର ପରିଧି ମଧ୍ୟ ରେ ଥିବା ବିଦ୍ୟାଳୟ ଗୁଡିକ ର ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ଏହି ଯୋଜନା ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିକୁ ଶଶୀ ଭୂଷଣ ଉଛ ବିଦ୍ୟାଳୟ ରେ ମିଶାଇ ଦିଆଗଲା। ବର୍ତମାନ ଏହି ବାଳିକା ଊଚ ବିଦ୍ୟାଳୟ ର ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି ଏବଂ ଏହାର ସମସ୍ତ ଆର୍ଥିକ ନେଣଦେଣ ପ୍ରକ୍ରିୟା ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ହାତ ରେ ରହିଛି। ତେଣୁ କୌଣସି ଉନ୍ନତି ହୋଇପାରୁ ନାହିଂ। ପୂର୍ବ ରୁ ପ୍ରଧାନ ଶିକ୍ଷକ ଦାଇତ୍ଵ ରେ ଥିବା ଶିଶିର ସ୍ଵାଇଁ ନକଲି ଦସ୍ତଖତ କରି ବିଦ୍ୟାଳୟ ରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରି ବର୍ତମାନ ଜେଲ ରେ ଅଛନ୍ତି। ବିଡିଓ ଙ୍କୁ ଅଭିଯୋଗ ପହଞ୍ଚିଲା ପରେ ଅଧିକାରୀ ବାବୁ ବିଦ୍ୟାଳୟ କୁ ଆସିଲେ ବୁଲି ଚାଲିଗଲେ ହେଲେ କାର୍ଯ୍ୟାନୁଷ୍ଠାନ ବର୍ତମାନ ଯାଏଁ ନିଆ ଗଲା ନାହିଂ। ସୋରଡା କୁ ପାଣ୍ଡିଆନ ଙ୍କ ଗସ୍ତ ସମୟ ରେ ଷ୍ଟାଡିୟମ କୁ ଅଣାଯାଇଥିବା ସମସ୍ତ ବଳକା ବଜୁରି ଓ ଗୁଡି ଗୁଣ୍ଡ ସବୁ ଏବେ ଏହି ବିଦ୍ୟାଳୟ ରେ ଗୋଦାମ ପରି ପଡିରହିଛି। ବିଦ୍ୟାଳୟ ପରିସର ମଧ୍ୟ ରେ ଗୋଟେ ଭଙ୍ଗଦଦରା ଘର ରହିଛି ଯାହା ଏକ ପ୍ରକାର ଭୁତ କୋଠରି। ଚାରିଆଡେ ଗଛଲତା ଭାରି ହୋଇଗଲାଣି। ବିଦ୍ୟଳୟ ମଧ୍ୟ ରେ ଏକ ଜଙ୍ଗଲ ପରିବେଶ ରହିଛି। ଅର୍ଥ ଅଭାବ ରୁ ସୋରଡା ର ପ୍ରତିଷ୍ଠିତ ବିଦ୍ୟାଳୟ ଏବେ ସଂପୂର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟ ରେ ରହିଛି। ଖୁସି ଯୋଜନା ରେ ଆସୁଥିବା ମାସିକ ପେଡ ଗୁଡିକ ବିଦ୍ୟାଳୟ ସାଇକେଲ ଷ୍ଟାଣ୍ଡ ରେ ବସ୍ତା ବସ୍ତା ହୋଇ ପଡିଛି। ସୋରଡା ବ୍ଲକ ରେ ପିଲାଙ୍କ ପାଇଁ ଆସିଥିବା ଏହି ପେଡ ଗୁଡିକ କୁଆଡେ ଏହି ବିଦ୍ୟାଳୟ ମଧ୍ୟ ରେ ପକେଇ ରଖା ଯାଇଛି। ଭଙ୍ଗା ଦଦରା ଘର ଭିତରେ ମାଳମାଳ ସରକାରୀ ଯୋଜନା ରେ ନିର୍ମିତ ବୋର୍ଡ ରହିଛି। ବର୍ତମାନ ବର୍ଷା ଦିନ ଚାଲୁଥିବା ରୁ ସବୁ ବେଳେ ପିଲାଙ୍କୁ ବିଭିନ୍ନ ସରୀସୃପ ପ୍ରଜାତି ର ଜୀବଜନ୍ତୁ ଭୟ ରହିଛି। ହେଲେ ଉପାୟ ଶୂନ। ଠିକାଦାର ବାବୁ ଗୁଡି ଓ ସିମେଣ୍ଟ ଘାଣ୍ଟିବା ମିକ୍ସଚର ମେସିନ କୁ ମଧ୍ୟ ଏହି ବିଦ୍ୟାଳୟ ମଧ୍ୟ ରେ ସୁବିଧା ରେ ରଖିଛନ୍ତି। ବର୍ତମାନ ସ୍ଵାଧୀନତା ଦିବସ ପାଇଁ ପେରେଡ ପ୍ରସ୍ତୁତି ପାଇଁ ମଧ୍ୟ ପଡିଆ ରେ ଜାଗା ଟିକେ ନାହିଂ। ଗତ ପିଟିଏ ବୈଠକ ରେ ଏଠାରେ ଅଧ୍ୟୟନ କୁ ପଠାଉଥିବା ଅଭିଭାବକ ମାନେ ଏପରି ଅବ୍ୟବସ୍ଥା କୁ ବିରକ୍ତି ପ୍ରକାଶ କରିଥିଲେ। ଏପରି ସ୍ଥିତି ରେ କିପରି ଶିକ୍ଷା ର ବିକାଶ ହୋଇପାରିବ ଏବଂ ଛାତ୍ରୀ ମାନଙ୍କୁ ଉନ୍ନତ ମାନର ପରିବେଶ ମିଳି ପାରିବ ତାହା ଚିନ୍ତାଜନକ। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ ଯୋଗାଯୋଗ କରାଯିବାରୁ କହିଥିଲେ, ପୂର୍ବ ରୁ ଆବଶ୍ୟକ ଅର୍ଥ ର ଅଭାବ ରହିଥିଲା କିନ୍ତୁ ବର୍ତମାନ ଅର୍ଥ ଆସିଯାଇଛି ଏବଂ ସରକାରୀ ବାଳିକା ଊଚ ବିଦ୍ୟାଳୟ ର ବେଙ୍କ ଏକାଉଣ୍ଟ ଶଶିଭୂଷଣ ଊଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସରକାରୀ ବାଳିକା ଊଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ନାମ ରେ ରହିଛି। ଏବଂ ଏହାର ସମାଧାନ ପାଇଁ ନିର୍ମାଣ କାର୍ଯ୍ୟ ଜନ୍ତ୍ରୀ ଙ୍କ ହାତ ରେ ନ୍ୟସ୍ତ ରହିଛି। ଜନ୍ତ୍ରୀ ଙ୍କୁ କହି ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ପାଇଁ ପଦଖେ ନିଆଯିବ। ସୋରଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଅନୁରୋଧ କରିବାରୁ ଯଥା ଶୀଘ୍ର ବିଦ୍ୟାଳୟ ର ସମ୍ପୂର୍ର୍ଣ ସଫେଇ କାର୍ଯ୍ୟ ତ୍ବରାନିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୋରଡା ବିଧାୟକ ନୀଳମଣି ବିଶୋୟୀ ଙ୍କୁ ପଚରାଯିବାରୁ ବର୍ତମାନ ଏହି ଅବ୍ୟବସ୍ଥା ଉପରେ ଅବଗତ ହେବା ପରେ ସଙ୍ଗେ ସଙ୍ଗେ ବିଡିଓ ଙ୍କୁ ନିର୍ଦେଶ ଦେଇଛି ଯଥା ଶୀଘ୍ର ଏଠାରେ ପରିଶ୍ରଗାର ନିର୍ମାଣ କରାଯିବା ସହ ବିଦ୍ୟାଳୟ ର ପରିପାର୍ଶ୍ଵିକ ପରିସ୍ଥିତି ରେ ଉନ୍ନତି ଆଣିବା ପାଇଁ ତ୍ଵରିତ ପଦକ୍ଷେପ ନିଆଯିବ ।