ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ସମ୍ପ୍ରତି ବାଙ୍ଗଲାଦେଶ ଘଟଣା ପରେ ଦେଶ ଓ ରାଜ୍ୟ ପ୍ରତି ବିପଦ ବଢିଛି । ପ୍ରତିଦିନ ବାଙ୍ଗଲାଦେଶୀ ଅନୁପ୍ରବେଶ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଅବିଭକ୍ତ ବାଲେଶ୍ୱର ଜିଲା ଧାମରା ଓ ବଳରାମଗଡି ଜଳପଥ ଏବଂ ଅନ୍ୟ ପଟେ ପଶ୍ଚିମବଙ୍ଗ ରାଜ୍ୟ ସୀମାନ୍ତ ହୋଇଥିବାରୁ ଏପରି ଅନୁପ୍ରବେଶ ସଂଖ୍ୟା ବଢି ଚାଲିଛି । ଏପରିପେକ୍ଷୀରେ ବନ୍ତ ବ୍ଲକ ଓ ତହସିଲ ଅଞ୍ଚଳରେ ବିଭିନ୍ନ ବେପାର ଆଳରେ ଅନୁପ୍ରବେଶ କରି ସନ୍ଦିଗ୍ଧ ଭାବେ ରହୁଥିବା ବାଙ୍ଗ୍‌ଲାଦେଶୀ ମାନଙ୍କୁ ତୁରନ୍ତ ଚିହ୍ନଟ କରି ଦେଶରୁ ବିଦା କରିବା ଦାବୀରେ ସୋମବାର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଡିଓ ପ୍ରଦୀପ କୁମାର ସେଠୀ, ତହସିଲଦାର ସାରା ହେମ୍ବ୍ରମ ଓ ଥାନାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ବେଳେ ରାଜ୍ୟ ବିଜେପି ପ୍ରବକ୍ତା ତଥା ପୂର୍ବତନ ବିଜେପି ବନ୍ତ ମଣ୍ଡଳ ସଭାପତି ପତଞ୍ଜଳୀ କରଶର୍ମାଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା ସଂଯୋଜକ ବସନ୍ତ କୁମାର ବିଶ୍ୱାଳ, ବରଡେଶ୍ୱର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଲରେନ୍ସ ବେହେରା, ଲକ୍ଷ୍ମୀଧର କର, ଅରୁଣ କୁମାର ଖୁଣ୍ଟିଆ, ଶଙ୍କର୍ଷଣ ଜେନା, ଜୟନ୍ତ କୁମାର ପଣ୍ଡା, ରବିନ୍ଦ୍ରନାଥ ଓଝା, ସନ୍ଦୀପ କୁମାର ମାଝୀ, ବସନ୍ତ କୁମାର ରାଜ, ପ୍ରଶାନ୍ତ ଜେନା, ରଥ କୁମାର ଦାସ, ନାରାୟଣ ପାଣିଗ୍ରାହୀ, ଧର୍ମେନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ