ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କଲେ ମାନ୍ୟବର ବାଲେଶ୍ୱର ସାଂସଦ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କଲେ ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସାକ୍ଷାତ ସମୟରେ ବାଲେଶ୍ଵର ଜିଲା ତଥା ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସାଂସଦଙ୍କ ବିଗତ କାର୍ଯ୍ଯକାଳରେ ତତ୍କାଳୀନ ରାଜ୍ଯ ସରକାରଙ୍କ ଅସହଯୋଗିତା ଯୋଗୁଁ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟ, ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ ଉପୁଜୁଥିବା ନାନାବିଧ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି ବୋଲି ସାଂସଦ ସୂଚନା ଦେଇଛନ୍ତି।