ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୁବ ଦିବସ
ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ କ୍ରସ ଓ ରେଡ ରିବନ କ୍ଲବ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ଓ ଗ୍ରନ୍ଥାଗାର ଅଧିକାରିଣୀ ଅର୍ଚନା ମୁନି ଅତିଥିଭାବେ ଯୋଗ ଦେଇଥିଲେ। ଯୁବ ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଯୁବ ଶକ୍ତି, ସମାଜ, ଦେଶ ଓ ବିଶ୍ୱର ଭବିଷ୍ୟତ l ତେଣୁ ସାମ୍ପ୍ରତିକ ବିଶ୍ୱରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଯୁବ ଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ l ତେଣୁ ଯୁବ ଶକ୍ତି ସର୍ବଦା ସଚେତନ ହୋଇ କାର୍ଯ୍ୟକରିବା ଆବଶ୍ୟକ l ବିନ୍ଦୁ ବିନ୍ଦୁ ଜଳରେ ସିନ୍ଧୁର ସୃଷ୍ଟି ଭଳି ଯୁବ ଶକ୍ତିର ସଫଳ ବିନିଯୋଗ ସମଗ୍ର ବିଶ୍ୱକୁ ସମୃଦ୍ଧ କରିବା ସହିତ ମାନବବାଦ ମାଧ୍ୟମରେ ଭାଇଚାରା ର ଭାବ ସୃଷ୍ଟି କରି ସମଗ୍ର ବିଶ୍ୱକୁ ଏକ ପରିବାରର ଭାବନାରେ ଉଦବୃଦ୍ଧ କରିପାରିବ l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଳବାୟୁ ପରିବର୍ତନ, ବୃକ୍ଷରୋପଣ, ପ୍ରାଥମିକ ଉପଚାର, ପ୍ରାକୃତିକ ବିପର୍ଯ୍ୟୟ, ରକ୍ତଦାନ ତଥା ବିଭିନ୍ନ ରୋଗ ର ନିରାକରଣ, ସର୍ବୋପରି ଏଚ ଆଇ ଭି / ଏଡ଼ସ ର କାରଣ ଓ ନିରାକରଣ ସମ୍ପର୍କ ରେ ଆଲୋଚନା କରି ଯୁବ ପିଢ଼ିଙ୍କୁ ସମାଜ ସେବାରେ ବ୍ରତୀ ରହିବାକୁ ପରାମର୍ଶ ଦିଆଯାଇଥିଲା l ସ୍ବେଛାସେବୀ ମାନଙ୍କ ମଧ୍ୟରୁ ଜ୍ୟୋତି ସେଠୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ କଳ୍ପେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l