ତ୍ରିରଙ୍ଗା ବାଇକ୍ ରାଲି ବିଜୟ ଉତ୍ତମଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କର୍ମୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ
ସାନଖେମୁଣ୍ଡିରେ ବିଜେପିର ନେତୃତ୍ବ କନ୍ଦଳ ବାଟରେ ପଡ଼ି ହାଟରେ ଗଡୁଛି
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଆଜାଦ୍ କା ଆମ୍ବୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଚାଲିଥିବା ହର୍ ଘର୍ ତ୍ରିରଙ୍ଗା ପତାକା ଅଭିଯାନ ସରକାରୀ କାର୍ଯ୍ୟକ୍ରମ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ବ ରେ ୧୩ ଆରମ୍ଭ ହୋଇ ଥିବା ବେଳେ ଦ୍ଵିତୀୟ ଦିନରେ ବାଇକ ରାଲିରେ ବିଜୟ କୁମାର ସ୍ବାଇଁ, ଉତ୍ତମ ପାଣିଗ୍ରାହୀ ଯୋଗ ଦେଇଥିଲେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ବିଜେପିର କର୍ମୀ ଯୋଗ ଦେଇଥିଲେ।ସାନଖେମୁଣ୍ଡି ପାଟପୁର କଲେଜ ଠାରୁ ସାହସପୁର ଜେଲ ପର୍ଯ୍ୟନ୍ତ ତ୍ରିରଙ୍ଗା ବାଇକ ରାଲି ଚାଲିଥିବା ବେଳେ ନିଜ ନିଜ ନେତାକୁ ରାଲି ରେ ଆଗକୁ ଆସିବା ପାଇଁ ଚାହୁଁ ଥିଲେ।କେତେ ବେଳେ ବିଜୟ ଆଗରେ ତ ଉତ୍ତମ ପଛରେ ରହିବା ନେଇ ବିଜେପି କର୍ମୀଙ୍କ ଦୁଇ ଗୋଷ୍ଟି ମଧ୍ୟରେ ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା।ସାନଖେମୁଣ୍ଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜେପି ବିଜୟ କୁମାର ସ୍ୱାଇଁଙ୍କ ଗୋଷ୍ଟି ଏବଂ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମୁଥ ମରାମରି ପତାକା ଲାଗିଥିବା ବାଡ଼ି ରେ ମାରପିଟ୍ କିଛି ସମୟ ଧରି ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା। ପାଟପୁର ପୋଲିସର ଉପସ୍ଥିତିରେ ଦୁଇ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପସ୍ଥିତିରେ ୩୨୬ ଜାତୀୟ ରାଜପଥ ପାଲଟିଥିଲା ଆଜି ବିଜେପି ଗୋଷ୍ଠିଙ୍କ ଯୁଦ୍ଧ ପଢ଼ିଆ ।ତେବେ ଏହି ତ୍ରିରଙ୍ଗା ବାଇକ ରାଲିରେ ସାମିଲ ହୋଇଥିବା ଅନ୍ୟ ଯୁବ ପିଢ଼ି ଛତ୍ରଭଙ୍ଗ ଦେଇଛନ୍ତି । ସାନଖେମୁଣ୍ଡିରେ ବିଜେପିର ନେତୃତ୍ବ ଅଭାବ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।କେନ୍ଦ୍ରରେ ବିଜେପି ସରକାର ରହିଥିବା ବେଳେ ଓଡ଼ିଶା ରେ ଦୀର୍ଘ ୨୪ ବର୍ଷ ବିଜେଡ଼ି ଶାସନକୁ ହଟାଇ କେନ୍ଦ୍ର ଏବଂଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଥିବା ବେଳେ ଉପର ସ୍ତରରେ କୋଳା କୋଳି ତଳ ସ୍ତରରେ ନେତା ନେତା ଙ୍କ ମଧ୍ୟରେ କଳି ହେଉଥିବା ବେଳ କର୍ମୀ ମାନେ ବଳି ପଡ଼ୁଛନ୍ତି। ଏଭଳି ସ୍ଥିତି ରହିଲେ ବିଜେପି କର୍ମୀ ଆଗାମୀ ଦିନରେ ଜବାବ ଦେବେ ବୋଲି ଜଣାପଡ଼ିଛି।