୧୦୦ ମିଟର ଲମ୍ବର ଜାତୀୟ ପତାକା ଧରି ଶୋଭାଯାତ୍ରା
ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ସହରରେ ଏକ ବିଶାଳ ଶୋଭାଯାତ୍ରାରେ ୧୦୦ ମିଟର ଲମ୍ବର ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପୌରହିତ୍ୟରେ ବୁଧବାର ବିଭାଜନ ବିଭୀଷିକା ସୃତି ଦିବସ ପାଳନ କାଯ୍ୟକ୍ରମରେ ହରଘର୍ ତ୍ରିରଙ୍ଗା, ଘର ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଛି। ଏହି ଶୋଭାଯାତ୍ରା ବାଇପାସ ରୋଡ଼ ସ୍ଥିତ ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀ ନାୟକ ଓ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରିଥିଲେ। ଶୋଭାଯାତ୍ରା ଚକରା ବିଷୋୟୀ ଛକ,ଭେଜିପୁଟ,ଖାଲାସୀ ସାହି,ମେନରୋଡ଼ ଦେଇ ସ୍ଥାନୀୟ ଟାଉନ ହଲ ଠାରେ ପହଞ୍ଚି ଥିଲା। ଦେଶ ମାତୃକାର ସେବା କରିବାକୁ ବିଧାୟକ ଓ ସାଂସଦ ସମସ୍ତଙ୍କୁ ଏହି କାଯ୍ୟକ୍ରମରେ ଆହ୍ୱାନ ଦେଇଥିଲେ। ଏହା ପରେ ଟାଉନ ହଲରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ବିଧାୟକ ଓ ସାଂସଦଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ,ମୁଖ୍ୟ ବକ୍ତା ଯତୀନ ମାହାନ୍ତି, ସାଧାରଣ ସମ୍ପାଦକ ନୀଳମାବ ପାତ୍ର,ବରିଷ୍ଠ ନେତା ସନ୍ତୋଷ ତିଆଡ଼ିଙ୍କ ସମେତ ବହୁ ବରିଷ୍ଠ ଅତିଥି ମଞ୍ଚାସୀନ ଥିଲେ। ଅତିଥି ମାନେ ସାରା ଦେଶରେ ତିନି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି କାଯ୍ୟକ୍ରମ ଆଗାମୀ ଦିନରେ କ୍ରାନ୍ତି ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ମାନସ ଜେନା,କୁବେର ପ୍ରଧାନ,ଶିବ ପ୍ରସାଦ ମହାପାତ୍ର,ସୁବାଷ ବରାଡ,ହୃଷିକେଶ ନାୟକଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ।