ରେମୁଣାରେ ବିଶାଳ ତ୍ରିରଙ୍ଗା ରାଲି ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଅପରାହ୍ନ ୫ ଘଟିକା ସମୟରେ ରେମୁଣା ଗୋଲେଇ ଠାରୁ ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ଏକ ବିଶାଳ ତ୍ରିରଙ୍ଗା ରାଲୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏ ବର୍ଷ ମଧ୍ୟ ୭୮ ତମ ସ୍ବାଧିନତା ଦିବସକୁ ଦେଶବାସୀ ଧୁମ୍ ଧାମରେ ପାଳିବେ। ଏହି ରାଲୀରେ ମାନ୍ୟବର ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ,ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ,ବିଡ଼ିଓ ସନ୍ତୋଷ ବାରିକ,ବ୍ଲକ ଜିପିଓ ବିଶ୍ଵାଳ ବାବୁ,ବିକାଶ ପଣ୍ଡା, ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଲମ୍ବୋଦର ପ୍ରଧାନ,ଗିରିଧାରୀ ଦାସ,ପୂର୍ବତନ block ଅଧକ୍ଷ ସୁଶାନ୍ତ ପେଟନାୟକ, ପୂର୍ବତନ ମଙ୍ଗଳପୁର ସରପଞ୍ଚ ଉମାକାନ୍ତ ପଣ୍ଡା,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ମଳୟ କୁମାର ବିଶ୍ଵାଳ, କାହ୍ନୁ ଚରଣ ବେହେରା,ନାରୀ ନେତ୍ରୀ ଶୋଭନା ମହାନ୍ତି,ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ,ବହୁ ସରପଞ୍ଚ, ସମିତି ସଭ୍ୟ, SHG ମହିଳା ଉପସ୍ଥିତ ଥିଲେ। ରେମୁଣା ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନେ ବେଣ୍ଡ ବାଜା ତାଳେ ତାଳେ ଏକ ଶହ ମିଟର ଲମ୍ବ ଜାତୀୟ ପତକା କୁ ଆଗେଇ ନେଇଥିଲେ। ଏହି ରାଲିରେ ରେମୁଣା ଅଂଚଳର ବହୁ ଜନସାଧାରଣ ସତସ୍ପୃତ ଭାବେ ଯୋଗ ଦେଇଥିଲେ।