ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗର ପାଠଚକ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ଶିକ୍ଷା ବିଭାଗ ତରଫରୁ ଚଳିତ ଅଧ୍ୟାୟର ପ୍ରଥମ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ମୁଖ୍ୟ ଅତିଥ୍ ଭାବରେ ଅନୁଷ୍ଠାନର ଅଧ୍ଯକ୍ଷା ଡ. ରୀନା ସାହୁ, ମୁଖ୍ୟ ବକ୍ତା ଭାବରେ ମୀନକେତନ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡ. ଜି.ନାଗେଶ୍ବର ରାଓ ଏବଂ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପିକା ଡ. କଲ୍ୟାଣୀ ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟକୁ ଅୟମାରମ୍ଭ କରିଥିଲେ ।ଏହି ଉପଲକ୍ଷେ ମୁଖ୍ୟ ଅତିଥ୍ ଡ ରୀନା ସାହୁ ଯୋଗାଯୋଗର ବିକାଶ ସାଂକେତିକ ମାଧ୍ୟମରୁ ଶାବ୍ଦିକ ମାଧ୍ଯମକୁ କିପରି ସଂକେତ, ଧ୍ବନିଗତ, ଲିଖୂତ ଆକାରରେ ହୋଇଥିଲା କହିବା ସହିତ ପାଠଚକ୍ର କିପରି ଏକ ମିଳିତ ଉଦ୍ୟମ ତାହାର ନିୟମ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ବକ୍ତା ଡ ଜି.ନାଗେଶ୍ବର ରାଓ ସାମାଜିକ ଗଣମାଧ୍ୟମର ଉଭୟ ଉପକାରିତା ଓ ଅପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏପରିକି ସାମାଜିକ ଗଣମାଧ୍ୟମ, ସାମାଜିକ ବିକାଶରେ କିପରି ମୁଖ୍ୟ ଭୂମିକା ଗ୍ରହଣ କରୁଛି ଆଲୋଚନା କରିବା ସହିତ ଯେଉଁ ଦେଶର ଯୋଗାଯୋଗର ମାଧ୍ଯମ ଯେତିକି ଦୃଢ, ସେହି ଦେଶର ବିକାଶଶୀଳତା ସେତିକି ସୁଦୃଢ ଏବଂ ଏହା ଦ୍ବାରା ଜାତୀୟ ସଂହତି ଓ ଆନ୍ତର୍ଜାତୀୟ ସହାବସ୍ଥାନ ମଧ୍ଯ କିପରି ହୋଇ ପାରୁଛି, ମୁଖ୍ୟ ବକ୍ତା ତାଙ୍କ ବକ୍ତବ୍ୟ ରଖୁଥିଲେ। ଶିକ୍ଷା ବିଭାଗରର ଅଧ୍ୟାପିକା ଡ କଲ୍ୟାଣୀ ମିଶ୍ର ସାମାଜିକ ଗଣମାଧ୍ଯମ ଶିକ୍ଷା କ୍ଷେତ୍ରରେ ଏକ ଅମୋଘ ଅସ୍ତ୍ର, ସେ ବିଷୟରେ ଆଲୋକପାତ କରିଥିଲେ। ଏ କ୍ଷେତ୍ରରେ ଇ.ଲାଇବ୍ରେରୀ, ଇ-ବୁକ କିପରି ସାହାଯ୍ୟ କରୁଛି ତାହା ଆଲୋଚନା କରିଥିଲେ। ଆଜିର ପାଠଚକ୍ରରେ ସ୍ବଲିଖୂତ ନିବନ୍ଧ ଉପସ୍ଥାପନ କରିଥିବା ଯୁକ୍ତ ତିନି ଶେଷବର୍ଷ ଛାତ୍ରୀ ସୁଶ୍ରୀ ସୋନାଲୀ କାର୍ଯ୍ୟ ସାମାଜିକ ଗଣମାଧ୍ୟମର ପ୍ରକାର ଓ ବ୍ୟବହାର ସଂପର୍କରେ ଅବଗତ କରାଇଥିଲେ। ଫେସବୁକ, ଟ୍ଵିଟର, ଇନଷ୍ଟାଗ୍ରାମ, ହ୍ବାଟସଅପ୍, ୱିକିପେଡିଆ ଇତ୍ୟାଦିର ବ୍ୟବହାର ଓ ଦୁରୂପଯୋଗ ସଂବନ୍ଧରେ ମତାମତ ରଖିଥିଲେ। ଆଲୋଚନାର ସମୀକ୍ଷାତ୍ମକ ମତ ରଖୁଥିଲେ ଶେଷ ବର୍ଷ ଛାତ୍ରୀ ପି. ରମ୍ୟା, ୟାମିନି ଶବର ଏବଂ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରିୟଙ୍କା ଜେନା । ଆଜିର ଏହି ପାଠଚକ୍ରର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ଶିକ୍ଷା ବିଭାଗର ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ଲକ୍ଷ୍ମୀ ବେହେରା, ଉତ୍ତରା ଶବର, ଲକ୍ଷ୍ମୀ ସୁସ୍ତି, ଜ୍ୟୋସ୍ନା ଗୌଡ, ରିବେନି ରଇତ, ଆରିକା ବେହେରା ଓ ଅନ୍ୟାନ୍ୟ ଛାତ୍ରୀ ବୃନ୍ଦ।