ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ଜାୱା ୪୨ ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜାୱା ୟେଜଦି ମୋଟରସାଇକଲସ ପକ୍ଷରୁ ୨୦୨୪ ଜାୱା ୪୨କୁ ଉନ୍ମୋଚନ କରାଯାଇଛି । ନୂତନ ଅବତାରରେ ଆସିଥିବା ଏହି ମୋଟରସାଇକଲରେ ଦମଦାର ପ୍ରଦର୍ଶନ, ଉନ୍ନତ ଡିଜାଇନ ଓ ଇଂଜିନିୟରିଂର ମିଶ୍ରଣ ରହିଛି । ଭାରତରେ ଅଧିକ ପସନ୍ଦ କରାଯାଉଥିବା ଏହି ନିଓ-କ୍ଲାସିକ ମୋଟରସାଇକଲ ବର୍ଗରେ ଏହା ନୂତନ ମାନଦଣ୍ଡ ନିର୍ଧାରଣ କରିଛି ।ନୂଆ ୨୦୨୪ ଜାୱା ୪୨ରେ ରହିଛି ୨୯୪ ସିସିର ଜେ-ପ୍ୟାନ୍ଥର ଲିକ୍ୱିଡ ଇଂଜିନ ଯାହା ୨୭.୩୨ ପିଏସ ଓ ୨୬.୮୪ ଏନଏମ ଟର୍କ ଉତ୍ପନ୍ନ କରୁଛି । ଗ୍ରାଉଣ୍ଡ କ୍ଲିୟରାନ୍ସରେ ଉନ୍ନତି ଅଣାଯାଇଥିବା ବେଳେ ସସପେନସନ ଓ ସିଟକୁ ଉନ୍ନତ କରାଯାଇଛି । ଏହାର ବ୍ରେକ ନିଜ ଶ୍ରେଣୀରେ ସବୁଠୁ ଶ୍ରେଷ୍ଠ । ଗାଡ଼ି ଚାଳନା, ଆରାମ ଓ ସୁରକ୍ଷା ଦୃଷ୍ଟିରୁ ଏହା ନୂତନ ମାନଦଣ୍ଡ ନିର୍ଧାରଣ କରିଛି । ଜାୱା ୟେଜଦି ମୋଟରସାଇକଲସର ସହ ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “୨୦୨୪ ଜାୱା ୪୨ ହେଉଛି ମୋଟରସାଇକଲ ଇଂଜିନିୟରିଂ ପ୍ରତି ଏକ ସାମଗ୍ରିକ ଦୃଷ୍ଟିକୋଣର ପ୍ରମାଣ । ମୂଲ୍ୟ-ପ୍ରଦର୍ଶନକୁ ଉପଯୁକ୍ତ କରିବାର ସନ୍ଧାନରେ ଆମେ କୌଣସି ଉଦ୍ୟମକୁ ଅଣଦେଖା କରିନାହୁଁ । ଉପକରଣରେ ଉନ୍ନତି ଆଣିବାଠାରୁ ଆମ ମାନୁଫାକଚରିଂ ପ୍ରକ୍ରିୟାକୁ ଶାଣିତ କରିବା ପର୍ଯ୍ୟନ୍ତ ଆମେ ପ୍ରତି ସୋପାନରେ ଆମ ସ୍ତରକୁ ବଢ଼ାଇଛୁ । ଆମେ ମୂଲ୍ୟ-ପ୍ରଦର୍ଶନ ଇଂଜିନିୟରିଂ ଉପରେ ବିଶ୍ୱାସ କରୁଛୁ ଏବଂ ତାହାର ଫଳ ସ୍ୱରୂପ ଏଭଳି ଏକ ମୋଟରସାଇକଲ ଆସିଛି ଯାହା ଅଭିଳାଷ ପୂରଣ କରିବା ସହ ତାହାର ସଂଜ୍ଞାକୁ ପୁନଃ ନିର୍ଧାରଣ କରୁଛି । ଅସଲି ନିଓ କ୍ଲାସିକ ୨୦୨୪ ଜାୱା ୪୨ ହେଉଛି ଦମଦାର ପ୍ରଦର୍ଶନ, ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ ଇଂଜିନିୟରିଂର ତ୍ରିବେଶୀ ସଙ୍ଗମ ।”ଏକ ସଠିକ ନିଓ କ୍ଲାସିକ ମୋଟରସାଇକଲ ତିଆରି କରିବାର ଅନୁସନ୍ଧାନରେ ଆମେ ପ୍ରତିଟି କ୍ଷେତ୍ରରେ ଉନ୍ନତି ଆଣିବାକୁ ଉଦ୍ୟମ କରିଛୁ । ତାହା ଆମକୁ ଏକ କ୍ଲାସିକ ଷ୍ଟାଇଲ ଓ ଆଧୁନିକ ପ୍ରଦର୍ଶନ ଦେଉଥିବା ମୋଟରସାଇକଲ ନିକଟତର କରିଛି । ଏହି କ୍ଷେତ୍ରର ପ୍ରଥମ ଲିକ୍ୱିଡ କୁଲଡ ଇଂଜିନ ଓ ୬-ସ୍ପିଡ ଟ୍ରାନ୍ସମିସନ ସହ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଆମେ ଆଗକୁ ବଢ଼ିବା ସହ ପ୍ରଦୂଷଣ ନିୟମକୁ ପାଳନ କରି ପ୍ରଦର୍ଶନ, ଆରାମ ଓ ବିବିଧତାରେ ଉନ୍ନତି ଆଣିଛୁ । ନିକଟରେ ଏଥିରେ ଅଣାଯାଇଥିବା ଉନ୍ନତିରେ ଆମେ ଗିୟରଭିତିକ ଥ୍ରଟଲ ମ୍ୟାପିଂ ଓ ଆସିଷ୍ଟ ଆଣ୍ଡ ସ୍ଲିପ କ୍ଲଚ ବ୍ୟବହାର କରିଛୁ ଯାହା ଗାଡ଼ିଚାଳନା ଅନୁଭୂତିରେ ଉନ୍ନତି ଆଣିବ । ଏଥର ଇଂଜିନକୁ ଭାରି କରାଯାଇଥିବା ବେଳେ ବୃହତ ଥ୍ରଟଲ ବଡି, ଏଂଟ୍ରି ଡକ୍ଟ ଓ ସିପି୪ ସିଲିଣ୍ଡର ବ୍ୟବହାର କରାଯାଇଛି । ଗାଡ଼ିଚାଳନା ଅନୁଭୂତିକୁ ବଢ଼ାଇବା ଲାଗି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଗିୟରରେ ଉନ୍ନତି କରାଯାଇଛି । ନୂଆ ହବ ପ୍ରକାରର ବାଲାନସର ଗିୟର କମ୍ପନକୁ କମ କରିଛି । ଏବେ ଜାୱା ୪୨ ଜିଓ କ୍ଲାସିକ ପ୍ରଦର୍ଶନର ଶୀର୍ଷରେ ପଂହଚିଛି ଯେଉଁଥିରେ ଶ୍ରେଷ୍ଠ ମାନର ବ୍ରେକ ବ୍ୟବସ୍ଥା, ଗାଡ଼ି ଚାଳନା ଏବଂ ଏରର୍ଗୋନୋମିକ ରହିଛି । ଏହା କେବଳ ଏକ ଅତୀତର ସ୍ମୃତି ନୁହେଁ, ବରଂ ଭବିଷ୍ୟତର ମଞ୍ଜୁରି । ଏହା ହେଉଛି ସଠିକ ନିଓ କ୍ଲାସିକ ଯାହା ଆମେ ପୂର୍ବରୁ ପରିକଳ୍ପନା କରିଥିଲୁ । ଏହା ଉଭୟ ମ୍ୟାଟ ଓ ଗ୍ଲସ ବିକଳ୍ପରେ ୧୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହୋଇଛି । ଏହାର ଇନ୍ଧନ ଟାଙ୍କି ମଧ୍ୟ ବେଶ ବଡ଼ ଓ ଆକର୍ଷଣୀୟ ରହିଛି ।