ଜିଲ୍ଲାପାଳ ଥିବା ସମୟରେ ଦେଇଥିବା ନିର୍ଦେଶକୁ ମାନିଲେନି ଅଧିକାରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଇତି ମଧ୍ୟରେ ବଦଳି ହୋଇଯାଇଛି. ହେଲେ ସେ ଜିଲ୍ଲାପାଳ ଥିବା ସମୟରେ ଯେଉଁ ଆଦେଶ ଦେଇଥିଲେ ତାହାକୁ ଆଜି ପର୍ଯ୍ୟନ୍ତ ପାଳନ କରି ନାହାନ୍ତି ଅଧୀନସ୍ତ ସରକାରୀ ଅଧିକାରୀ. ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବର୍ତ୍ତମାନର ଜିଲ୍ଲାପାଳ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ଘଟଣାରୁ ପ୍ରକାଶ, ଗତ ଜୁଲାଇ 30 ତାରିଖରେ କାଶୀନଗର ବ୍ଲକର ପାଲସିଙ୍ଗି ଠାରେ ତତକାଳୀନ ଜିଲ୍ଲାପାଳଙ୍କ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା | ଏଥିରେ କାଶୀନଗର ଏନଏସିର ବିଭିନ୍ନ ଦାବୀ ନେଇ ତତକାଳୀନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଲୋକେ ଅଭିଯୋଗ କରିଥିଲେ | ଏହି ଦାବି ଗୁଡିକ ମଧ୍ୟରୁ କାଶୀନଗର ବସ ଷ୍ଟାଣ୍ଡ ଠାରେ ବସ ଷ୍ଟୋପେଜ ନିର୍ମାଣ କରିବା ପାଇଁ ଲୋକେ ଅନୁରୋଧ କରିଥିଲେ. ଏହି ଅନୁରୋଧକୁ ଶୁଣି ତତକାଳୀନ ଜିଲ୍ଲାପାଳ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତତକ୍ଷଣାତ ଆଦେଶ ଦେଇଥିଲେ. କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ତତକାଳୀନ ଅଭିଯୋଗକାରିଣୀ କନ୍ୟାକୁମାରୀ ସାହୁ ଅସନ୍ତୋଷର ସହ ଅଭିଯୋଗ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତି ଯେ, ସରକାରୀ ଅଧିକାରୀମାନେ ଜିଲ୍ଲାପାଳଙ୍କ ବଦଳି ପରେ ଲୋକଙ୍କ ସେବା ପାଇଁ ଆବଶକ୍ୟ ଥିବା ଆଦେଶକୁ ଅମାନ୍ୟ କରୁଛନ୍ତି. ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ. ସମ୍ପୃକ୍ତ ଘଟଣା ନେଇ ବର୍ତ୍ତମାନର ଜିଲ୍ଲାପାଳ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ