ଘରୁ ଡାକି ନେଇ କଲେ ହତ୍ୟା ଅଭିଯୋଗ

ଭଞ୍ଜନଗର,(ସନ୍ତୋଷ ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଘୁ. ରମ୍ଭା ଗାଁ ବନ୍ଦର ସାହିର ଏକ ଯୁବକକୁ ତାର ଦୁଇଜଣ ସାଙ୍ଗ ଘରୁ ଡାକି ନେଇ ହତ୍ୟା କରିବା ପରେ କଳିଙ୍ଗା ଘାଟି ତଳକୁ ଫିଙ୍ଗି ଦେଇ ପରେ ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗଛ ମୂଳରେ ମୃତ ଦେହକୁ ପୋତି ଦେଇଥିଲେ l ମୃତକ ଜଣକ ହେଲେ ରମ୍ଭା ଗାଁର ଯଜ୍ଞ ପ୍ରଧାନ l ପରିବାରଲୋକ ବହୁ ଖୋଜାଖୋଜି ପରେ ଗତ 10ତାରିଖ ଦିନ ଭଞ୍ଜନଗର ଥାନାରେ ଏତଲା ଦେଇଥିଲେ l ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ କରିବା ପରେ ଆଜି ନିଖୋଜ ଯଜ୍ଞ ପ୍ରଧାନର ମୃତ ଦେହ କଳିଙ୍ଗା ଘାଟି ତଳୁ ଜଙ୍ଗଲରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇ ଛନ୍ତି l ଗତ 30ତାରିଖ ଦିନ ଯଜ୍ଞର ଦୁଇଜଣ ସାଙ୍ଗ ଘରୁ ବାଇକରେ ବସାଇ ଆଣିଥିଲେ ସେହି ଦିନ ଠାରୁ ତାର ସନ୍ଧାନ ପାଇନଥିଲେ ପରିବାର ଲୋକ ପୋଲିସ ସେହି ଦୁଇ ଜଣ ସାଙ୍ଗକୁ ଅଟକ ରଖି ପଚାରି ବାରୁ ସେମାନେ ତାକୁ ହତ୍ୟା କରିବା ସ୍ୱୀକାର କରିବା ସହିତ ଘଟଣା ସ୍ଥଳକୁ ପୋଲିସକୁ ମୃତ ଦେହ ପୋତା ଯାଇଥିବା ସ୍ଥାନ ଦେଖାଇବା ସହିତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା କହିଛନ୍ତି l ଅନ୍ୟ ପଟେ ମୃତ ଯଜ୍ଞ ପ୍ରଧାନ କିଛି ଚେର ମୂଳିକା ଔଷଧ ଦିଆନିଆ କରୁଥିବା ଜଣାପଡିବାରୁ ଗୁଣିଗାରେଡି ଦିଗକୁ ମଧ୍ୟ ସନ୍ଧେହ ବଢ଼ିବାରେ ଲାଗିଛି l ଏପଟେ ଭଞ୍ଜନଗର ଏସଡିପିଓ କହୁଛନ୍ତି ଘଟଣାର ସମ୍ପୂର୍ଣ ତଦନ୍ତ ପରେ ହିଁ ସତ୍ୟ ସତ୍ୟତା ଜଣାପଡିବ l ମୃତ କରମା ଓ ଭାଉଜ ମଧ୍ୟ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିଵା ପାଇଁ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ