ଡାକବିଭାଗ କର୍ମଚାରୀଙ୍କ ଦ୍ୱାରା ୰ ଜୀବନକୃଷ୍ଣ ଦାସଙ୍କ ୧୦୦ତମ ଜୟନ୍ତୀ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଡାକଘର କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ତରଫରୁ ସହଦେବଖୁଣ୍ଟାସ୍ଥିତ ସଂଘଗୃହ ଜୀବନକୃଷ୍ଣ ଭବନରେ ପ୍ରତିଷ୍ଠାତା ସଭ୍ୟ ୰ ଜୀବନକୃଷ୍ଣ ଦାସଙ୍କ ୧୦୦ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ତୃତୀୟ ଶ୍ରେଣୀ ସଂଘର ସଭାପତି ସାଥୀ ଅଜୟ ନାରାୟଣ ଦାସ ସଭାପତିତ୍ୱ କରିଥିଲେ । ପୂର୍ବତନ ସମ୍ପାଦକ ସାଥୀ ଅକ୍ଷୟ କୁମାର ତ୍ରିପାଠୀ, ସାଥୀ ଗୋପାଳଚନ୍ଦ୍ର ପଢ଼ିଆରୀ, କୁଞ୍ଜବିହାରୀ ଦାଶ, ସମ୍ପାଦକ ରାଜେନ୍ଦ୍ର ମଲ୍ଲିକ, ବଳରାମ ଜେନା, ମହେଶ୍ୱର ନାୟକ, ହରିହର ଭୂୟାଁ, ଏଆଇଟିୟୁସିର ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା, ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା ଉପସ୍ଥିତ ରହି ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସଙ୍କୁ ଜଣେ ଆଦର୍ଶ, ନୀତିବାନ ଓ ଜଣେ ଟାଣୁଆ ନେତା ଥିଲେ ବୋଲି କହିଥିଲେ । ତାଙ୍କର କାର୍ଯ୍ୟକାଳ ସମୟରେ ସେ ବାଲେଶ୍ୱରରେ ସର୍ବଭାରତୀୟ ଡାକ ସମ୍ମିଳନୀ, କର୍ମଚାରୀଙ୍କ ପାଇଁ ସମବାୟ ସମିତିର ପ୍ରତିଷ୍ଠା ଓ ଡାକକର୍ମଚାରୀଙ୍କ ସୁରକ୍ଷା ଏବଂ ବହୁ ଜନହିତକର କାର୍ଯ୍ୟ କରିଥିଲେ ଏବଂ ଓଡ଼ିଶା ସର୍କଲ ତୃତୀୟ ଶ୍ରେଣୀ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ସ୍ମୃତି ପାଇଁ ବାଲେଶ୍ୱରର ସହଦେବଖୁଣ୍ଟାରେ ତାଙ୍କ ନାମରେ ଏକ ତିନିମହଲା ବିଶିଷ୍ଟ ସଂଘଗୃହ ନିର୍ମିତ ହୋଇଛି । ସାଥୀ କାର୍ତ୍ତିକ ଚନ୍ଦ୍ର ଜାନା, ମନୋଜ କୁମାର ମଲ୍ଲିକ, ଦୈପାୟନ ସାହୁ, ସରୋଜ କୁମାର ସାହୁ, ଦିଲ୍ଲୀପ କୁମାର ମାଝୀ, ଅଂଶୁମାନ କୁଣ୍ଡୁ, ଅନିରୁଦ୍ଧ ବେହେରା, ଅଜିତ୍ କୁମାର ମହାନ୍ତି, ବୁଦ୍ଧୁରାମ ସିଂ ପ୍ରମୁଖ ବହୁ କର୍ମଚାରୀ ସଭାରେ ଯୋଗ ଦେଇଥିଲେ । ତାଙ୍କ ଉଦ୍ଦେଶ୍ୟରେ ଏକ କେକ୍ କଟାଯିବା ସହ ଗୀତା ଅଧ୍ୟୟନ କରାଯାଇଥିଲା । ଶେଷରେ ସଂଘର କୋଷାଧ୍ୟକ୍ଷ ସାଥୀ କାର୍ତ୍ତିକ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।