ସୁରକ୍ଷା ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶଲାଗି ଚରମ ତ୍ୟାଗ ସ୍ୱୀକାର କରିଥିବା ଶହୀଦମାନଙ୍କୁ ଯଥୋଚିତ ମର୍ଯ୍ୟାଦା ମିଳିବା ଦରକାର । ସେମାନଙ୍କ ତ୍ୟାଗ ଯୁବଗୋଷ୍ଠୀଙ୍କ ପାଇଁ ଆଲୋକ ବର୍ତ୍ତିକା ବୋଲି ସ୍ଥାନୀୟ ଲୁମ୍ବିନି ବିହାରସ୍ଥିତ ପ୍ରୋଜେକ୍ଟ ପାୱାର ପରିସରରେ ‘ସୁରକ୍ଷା’ ପକ୍ଷରୁ ଆୟୋଜିତ ୭୮ତମ ସ୍ୱାଧନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ବକ୍ତବ୍ୟ ରଖିଥିଲେ ।‘ସୁରକ୍ଷା’ର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଉପଦେଷ୍ଟା ସୁଧାଂଶୁ ମହାପାତ୍ର ପରିଚାଳନା କରିଥିଲେ । ସମ୍ପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶିକା ଶ୍ରୀମତୀ ମିଲି ରଣା, ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମଲୋଚନ ସାହୁ, ବିଚିତ୍ରାନନ୍ଦ ରାଉତରାୟ, ଲୋଚନ ସିଂ, କମଳ ନନ୍ଦି, ବାଦଲ ଜେନା, ଭିକାରି ନାଏକ, ବିଦ୍ୟୁତ୍‌ପ୍ରଭା ବେହେରା, ସୁକାନ୍ତୀ କର, ମଞ୍ଜୁଲତା ଦାଶ ଓ ଦୁଷ୍ମନ୍ତ ବେହେରା ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ