୨୦ରେ ହେବ ନିମାପଡ଼ା ଏନଏସିରେ ଅନାସ୍ଥା ଭୋଟ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଳା ନିମାପଡ଼ା ଏନଏସିରେ ଅନାସ୍ଥା ଭୋଟ ଆସନ୍ତା ଅଗଷ୍ଟ ୨୦ ତାରିଖ ରେ ହେବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।ନିମାପଡ଼ା ଏନଏସିର ଅଧକ୍ଷା, ଉପାଧ୍ୟକ୍ଷ,ଓ ସମସ୍ତ କାଉନସିଲର ମାନଙ୍କୁ ଏ ସମ୍ପର୍କ ରେ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଅଗଷ୍ଟ ୨୦ ତାରିଖ ୧୧ ଘଟିକା ସମୟରେ ନିମାପଡ଼ା ଏନଏସି ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ବୈଠକ ଆହ୍ଵାନ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସମ୍ପର୍କରେ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର ମାନଙ୍କୁ ଅନାସ୍ଥା ଭୋଟ ତିନିଦିନ ପୂର୍ବରୁ ଏ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଜିଲ୍ଲାପାଳ ଚିଠିରେ କାରଣ ଦର୍ଶାଇ ଛନ୍ତି ଯେ ନିମାପଡ଼ା ଏନଏସିର ୮ ଜଣ କାଉନସିଲର ନିମାପଡ଼ା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ପ୍ରସ୍ତାବ ଆଣିଥିଲେ। ଏହି ଆଧାରରେ ଅନାସ୍ଥା ଭୋଟ ହେବାକୁ ଯାଉଛି।ସୂଚନା ଯୋଗ୍ୟ ଯେ ଗତ ୧୨ ତାରିଖରେ ନିମାପଡ଼ା ଏନଏସି ଉପାଧ୍ୟକ୍ଷଙ୍କ ସମେତ ୮ ଜଣ କାଉନସିଲର ଏନଏସି ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ