ମହାବିଦ୍ୟାଳୟରେ ଏନଏସଏସ ପରାମର୍ଶଦାତା କମିଟି ବୈଠକ
ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପରାମର୍ଶଦାତା କମିଟି ବୈଠକ ଅଗଷ୍ଟ ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପରାମର୍ଶଦାତା କମିଟି ବୈଠକରେ କଲେଜର ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ପରାମର୍ଶଦାତା କମିଟିର ସଦସ୍ୟ ପୋଲସରା ତହସିଲଦାର ରୁବି ବେହେରା, ଗଞ୍ଜାମ ଜିଲ୍ଲା ଏନଏସଏସ ପ୍ରୋଗ୍ରାମ ଅଫିସର ଗଣେଶ ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନଏସଏସ ବ୍ୟୁରୋ ସୌମ୍ୟଶ୍ରୀ ସାହୁ, ପୋଲସରାର ସ୍ୱେଚ୍ଛାସେବୀ ସଂଗଠନ ଜୀବେ ଦୟା ଟ୍ରଷ୍ଟର ବିକ୍ରମ କୁମାର ପ୍ରଧାନ, କଲେଜର ରିଡର ରୁଦ୍ର ପ୍ରସାଦ ଗୌଡ଼, ଅଧ୍ୟାପକ ଅନିଲ କୁମାର ଦାସ, ଏନଏସଏସ କୋ-ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେଖ ଫରିଦ୍, ଏନଏସଏସ ପୁରୁଷ ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ, ଏନଏସଏସ ମହିଳା ୟୁନିଟ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ବସନ୍ତ କୁମାର ପାଣି, ଏନଏସଏସ ସ୍ୱେଚ୍ଛାସେବୀ ଶୁଭମ ପ୍ରଧାନ ଓ ପୂଜାରଣୀ ବେହେରା ଯୋଗଦେଇଥିଲେ। ଏହି ବୈଠକରେ ୨୦୨୪-୨୫ ଶିକ୍ଷା ବର୍ଷରେ ଯେଉଁ ସବୁ କାର୍ଯ୍ୟକ୍ରମ ଏନଏସଏସ ପକ୍ଷରୁ ପାଳନ କରାଯିବ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ଅଧ୍ୟାପକ ଫରିଦ୍ ଧନ୍ୟବାଦ ଅର୍ପଣ କରିଥିଲେ।