ଟିଲୋ ପଞ୍ଚାୟତରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ପରିସରରେ ୭୮ତମ ସ୍ୱ୍ାଧୀନତା ଦିବସ ପାଳନ ହୋଇଯାଇଛି । ସରପଞ୍ଚ ସଂଗ୍ରାମ କେଶରୀ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରାରମ୍ଭରେ ଟିଲୋ ନୋଡାଲ ହାଇସ୍କୁଲର ସ୍ୱାଉଟ୍ ଛାତ୍ରଛାତ୍ରୀ ମାନେ ସରପଞ୍ଚଙ୍କୁ ଗାର୍ଡ ଅଫ ଅନର ଦେଇ ପାଛୋଟି ନେଇଥିଲେ । ପିଇଓ ସମୀକ୍ଷା ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ପ୍ରସାଦ କରଶର୍ମା, ମୁଖ୍ୟବକ୍ତା ଭାବେ ଡାକ୍ତର ମଳୟ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଡିଓ ପ୍ରଦୀପ କୁମାର ସେଠୀ, ସରପଞ୍ଚ ସଂଗ୍ରାମ କେଶରୀ ଜେନା, ମନମୋହନ ସାହୁ, ପୂର୍ବତନ ସରପଞ୍ଚ ଅଜ୍ଜୁ୍ର୍ନ ଚରଣ ପଣ୍ଡା, ସ୍ୱାଧୀନତା ସଂଗ୍ରାମୀ ବାଳକୃଷ୍ଣ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ନେଇ ସରପଞ୍ଚଙ୍କର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ୧୦ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ପୁରସ୍କୃତ କରାଯାଇଥିଲା । ଏଥିରେ ଡିଇଓ ଅନୁସୂୟା ରାଉତ, ୱାର୍ଡ ସଭ୍ୟ ଅଜିତ ପଢିଆରୀ, ସୁଧାକର କଅଁର, ଶ୍ୟାମ ସୁନ୍ଦର ଦାଶ, ସ୍ୱପ୍ନାରାଣୀ ଦାଶ, ଅରୂପ ଧଳ, ଧନେଶ୍ୱର ସାହୁ, ଯମୁନା ସାହୁ, ରମାକାନ୍ତ ପାଣିଗ୍ରାହୀ, ସୁଧାକର ଧଳ, ପ୍ରତାପ ରାଉତ, ଦୋଳଗୋବିନ୍ଦ ଲେଙ୍କା, ସଞ୍ଜୟ ସାମଲ, ମନୋଜ ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।