ଉପଖଣ୍ଡ ଚିକିତ୍ସାଲୟରେ କଳାବ୍ୟାଚ ସହ କ୍ୟାଣ୍ଡେଲ ଲଗାଇ ପ୍ରତିବାଦ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡଚିକିତ୍ସାଳୟରେ ଡାକ୍ତର ମାନଙ୍କ ସହ ସମସ୍ତ କର୍ମଚାରୀ କଳାବ୍ୟାଚ ପରିଧାନ କରିବା ସହ କ୍ୟାଲେଣ୍ଡେଲ ଲଗାଇ ପ୍ରତିବାଦ କରିଛନ୍ତି । ସୁଚନାରୁ ପ୍ରକାଶ ଯେ କୋଲକତାରେ ମହିଳାଡାକ୍ତରଙ୍କ ଉପରେ ହୋଇଥିବା ଅତ୍ୟାଚାର ସହ ହତ୍ୟାଘଟଣାକୁ ନେଇ ଚିକିତ୍ସାୟ କର୍ମଚାରୀଙ୍କୁ ସୁରକ୍ଷା ଦେବା ପ୍ରତିବାଦରେ ଆଜି ଉପଖଣ୍ଡଚିକିତ୍ସାଳୟ ଅଧିକାରୀ ଡା ଶ୍ରବଣ କୁମାର ସାହୁକାରଙ୍କ ନେତୃତ୍ୱରେ ସମସ୍ତ ଡାକ୍ତର ସମେତ ସମସ୍ତ କର୍ମଚାରୀ ମାନେ ଏଥିରେ ସାମିଲ ଥିଲେ । ଚିକିତ୍ସାଳୟ ଅଧିକାରୀ କହିଛନ୍ତ ଗତ ୯ତାରିଖରେ କୋଲକତା ଆର୍ଜିକାର ମେଡିକାଲ କଲେଜ ମହିଳାଡାକ୍ତରଙ୍କୁ ଗଣଦୁର୍ଷ୍କମ କରିବା ସହ ହତ୍ୟା କରାଯାଇଛି ତାକୁ ଆମେ ପ୍ରତିବାଦ କରୁଛୁ,ଆଗକୁ ଯେମିତି ଏମିତି ଘଟଣା ନଘଟେ ସରକାରଙ୍କୁ ଅନୁରୋଧ କରୁଛୁ ,ଆମକୁ ଠିକ ସୁରକ୍ଷା ବଳରେ ରଖନ୍ତୁ ଯାହାଫଳରେ ଆମେ ଠିକ ଭାବରେ କାମ କରିପାରିବୁ ,ଆଜି ଆମେ ସକାଳ ୬ଟାରୁ ସମସ୍ତ କର୍ମଚାରୀ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଛୁ,ରୋଗୀ ସେବା ଠିକଠାକ ଚାଲିଛି,କିନ୍ତୁ ଆମେ ସରକାରଙ୍କ ପାଖରେ ପ୍ରତିବାଦ କରୁଛୁ ବୋଲି କହିଛନ୍ତି ।