ସତ୍ୟସାଇଙ୍କ ପାଦୁକା ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସତ୍ୟସାଇ ବାବାଙ୍କ ପାଦୁକା ଯାତ୍ରା ଆଜି ବାଲିଗୁଡାରେ । ଏହି ପାଦୁକା ପ୍ରଶନ୍ତିନିଳୟମ (ପୁର୍ଟପର୍ତି)ରୁ ଗତ ୨୦୨୨ ମସିହା ଗୁରୁପୁର୍ଣ୍ଣିମା ଠାରୁ ଆସିଛି ଓ ସାରା ଓଡିଶା ଏହି ପାଦୁକାକୁ ରଥକରି ପରିଦର୍ଶନ କରାଯାଉଛି । ଗତ ୪ ତାରିଖ କନ୍ଧମାଳ ଜିଲ୍ଲାର ଚକାପାଦର ଶୈବପିଠରୁ ସ୍ୱାଗତ କରି ସାରା ଜିଲ୍ଲା ପରିକ୍ରମା କରାଯାଉଛି ଜିଲ୍ଲାର ଚାରୋଟି ସମିତି ଫୁଲବାଣି,ରାଇକିଆ,ଦାରିଙ୍ଗବାଡି ଓ ବାଲିଗୁଡା ସମିତି ର କର୍ମକ୍ରତା ମାନେ ଏହି ରଥକୁ ଜିଲ୍ଲାସାରା ପରିଦର୍ଶନ କରୁଛନ୍ତି । ବାଲିଗୁଡା ସମିତିକୁ ଗତ ୧୫ ତାରିଖରୁ ଆସି କ.ନୁଆଗାଁ,ତୁମୁଡିବନ୍ଧ,କୋଟଗଡ ବାଲିଗୁଡାର ସମସ୍ତ ଅଂଚଳକୁ ବୁଲିଛନ୍ତି । କନ୍ଧମାଳ ଜିଲ୍ଲାର ଉପାନ୍ତ ଅଧିବାସୀ ମାନେ ଭଗବାନ ବାବାଙ୍କ ପାଦାମ୍ବୁଜ ଦର୍ଶନ କରି ସୁକ୍ଷ୍ମସ୍ଥିତି ଅନୁଭବ କରୁଛନ୍ତି । ସଂନ୍ଧ୍ୟା ସମୟରେ ଭଜନକିର୍ତନ କରିବା ସହ ବାବାଙ୍କ ଭିଡିଓ ପଦର୍ଶନି କରାଯାଉଛି । ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର, ଜିଲ୍ଲା ସଂଯୋଜିକା ସସ୍ମିତା ପଣ୍ଡା,ସମିତି ଆବାହକ ରାଜେନ୍ଦ୍ର ପାତ୍ର ଓ ଅନ୍ୟ ସାଇଆଶ୍ରିତ ମାନେ ଏଥିରେ ନିୟୋଜିତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ