କୋଣାର୍କରେ ରାଜ୍ୟସ୍ତରୀୟ ଭଲି ବଲ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଠାରେ ସ୍ବାଧିନତା ଦିବସ ପୂର୍ତ୍ତି ପାଳନ ଅବସରରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଳିବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି କୋଣାର୍କ ଏନ ଏ ସି କଲ୍ୟାଣ ମଣ୍ଡପ ପରିସରରେ କୋଣାର୍କ ସ୍ପୋର୍ଟସ ଏକାଡେମୀ ଓ ଜନମଙ୍ଗଲ ଯୁବ ସଙ୍ଗଠନ ର ମିଳିତ ସହଯୋଗରେ ଆୟୋଜିତଏହି ଟୁର୍ଣ୍ଣାମେଣ୍ଟ କୁ ମୁଖ୍ୟ ଅତିଥି ଭାବରେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।କୋଣାର୍କ ସ୍ପୋର୍ଟ ସ ଏକାଡେମୀ ର ସଭାପତି ଚନ୍ଦ୍ରଶେଖର ରାଉତରାୟ ଙ୍କ ଅଧକ୍ଷ ତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ,ସରକାରୀ ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କା, କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ଆନ୍ତର୍ଜାତିକ ରେଫରି ସୁଦର୍ଶନ ପଟ୍ଟନାୟକ, ଜନମଙ୍ଗଳ ଯୁବ ସଙ୍ଘଠନ ର ସଭାପତି ବ୍ରଜବନ୍ଧୁ ସାହୁ, ସମ୍ପାଦକ ରାମ କୃଷ୍ଣ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଯୁବସମାଜ କ୍ରୀଡା କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ,ଏହି ଟୁର୍ଣ୍ଣଆମେଣ୍ଟ ରେ ଗୋପ, ନିମାପଡା, ପୁରିପୋଲିସ,ଅଚିତପୁର, କୋଣାର୍କ, ଚନ୍ଦ୍ରଭାଗା, କୋଣାର୍କ, ଓ ଅର୍କକ୍ଷେତ୍ର ପ୍ରଭୁତି ଆଠଟି ଦଳ ଭାଗନେଇକ୍ରୀଡା ପ୍ରଦର୍ଶନ କରିଥିଲେ ,ଶେଷ ମ୍ୟାଚ ରେ ନିମାପଡା କୁ ହରାଇ ଚନ୍ଦ୍ରଭାଗା ଚମ୍ପିୟାନ ହୋଇଥିଲା, କାର୍ଯ୍ୟକ୍ରମ କୁ ପିଙ୍କନ ଜେନା,ଶିଶିର ସେଠ,ସଂଗ୍ରାମ କେଶରୀ ସାହୁ,ସଞ୍ଜୟ ପତି, ସ୍ୱାଧୀନ ନାୟକ, ରଶ୍ମିରଞ୍ଜନ ବିଶ୍ଵାଳ, ସୁଜିତ ରାଉତରାୟ, ସୁଧାଂଶୁ ଶେଖର ପାଢ଼ୀ, ପ୍ରସନ୍ନ କୁମାର ମହାନ୍ତି, ମଙ୍ଗୁଳି ମୁଦୁଲି, ମନୋଜ ନାୟକ ,ନିରଂଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ