ବଂଶଧାରା ନଦୀରେ ବନ୍ୟା ଜଳ, ସାଧାରଣରେ ଆତଙ୍କ ବଂଶଧରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ବଂଶଧାରା ନଦୀ କୁଳ ଲଙ୍ଘିବା ସ୍ପଷ୍ଟ ହୋଇଛି. ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ କଳାତିପାତ କରୁଛନ୍ତି । ଗତ ଗୁରୁବାର ଦିନ କାଶୀନଗର ଠାରେ ବନ୍ୟାଜନିତ ସତର୍କତାରେ ରହିବାକୁ ଏନଏସି ତରଫରୁ ଧଣ୍ଡୁରା ପିଟା ଯାଇଥିଲା କାଶୀନଗର ବଜାର ସାହି ହନୁମାନ ଘାଟ ପାଖରେ ଆଉ ଅଳ୍ପ ଦୂରରେ ବଂଶଧାରା ନଦୀ ପ୍ରବାହିତ ହେଉଛି । ତୁଠର ନିକଟବର୍ତ୍ତୀ ହୋଇ ଜଳ ପ୍ରବାହିତ ହେଉଛି, ଯାହା ଫଳରେ କୁଳ ଖାଇ ଖାଇ ଲିଂଘୁଚି ନଦୀ କିଛି ବାଲିବସ୍ଥା ପକାଯାଇ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରାଯାଇଛି । ହନୁମାନ ଘାଟ ଓ କେନ୍ଦ୍ରୀୟ ଜଳ ଆୟୋଗର ୪୨ ନମ୍ପର ସାଇଟ ଆଗକୁ ଜଗନ୍ନାଥ ମନ୍ଦିର ପାଖରେ ନଦୀ ହୁଡ଼ା ଅତିକ୍ରମ କରି ଆସୁଛି | ଯାହାଫଳରେ ସୁରକ୍ଷା କାମ ସମୟ ମଧ୍ୟରେ ଏହା କୁଳ ଲଙ୍ଘିବ ଏଣୁ ପୁରୁଣା ପୋଲିସ ଷ୍ଟେସନ ଠାରୁ ନୂଆ କାଶୀନଗର ଠକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଆନିକଟ ହୁଡ଼ା ପଥର ପେକିଙ୍ଗ କରି ବାନ୍ଧିବାକୁ ଜନ ସାଧାରଣ ଦାବୀ ହୋଇଛି.