ଭାଙ୍ଗିଲା ଆଡିବନ୍ଧ ୧ ହଜାରରୁ ଉର୍ଦ୍ଧ ଜମିକୁ ଜଳସେଚନ ବନ୍ଦ, ଚାଷୀ ହତାଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୁଙ୍କାନାପେଟ ଗ୍ରାମ ନିକଟରେ ଥିବା ଏକ ଆଡିବନ୍ଧ କୌଣସି କାରଣ ହେତୁ ଭାଙ୍ଗି ଯିବା ହେତୁ ବର୍ତମାନ ଏହି ଆଡିବନ୍ଧ ସମ୍ପୂର୍ଣ ଭାବେ ଅଚଳ ହୋଇଯାଇଛି. ଏହାଦ୍ଵାରା ହଜାର ହଜାର ଏକର ଜମିକୁ ଜଳସେଚନ ବନ୍ଦ ହୋଇଯାଇଛି. ଏହି ପାଣି ସବୁ ଅନ୍ୟ ଦିଗରେ ଚାଲି ଯାଉଥିବାରୁ ଚାଷୀ ମାନେ ହତାଶ ହୋଇଛନ୍ତି. ଚାଷୀ ମାନେ ଏହି ନାଳରେ ଉପର ମୁଣ୍ଡରେ ଗତ ସପ୍ତାହରେ ହୋଇଥିବା ଲଘୁଚାପ ଜନିତ ବର୍ଷା ଭଲ ହୋଇଥିବାରୁ ପ୍ରବଳ ପାଣି ନାଳରେ ଆସିଥିଲା କିନ୍ତୁ ଏହି ପାଣିର ସ୍ରୋତ ସମ୍ଭାଳି ନ ପାରି ନାଳ ପାର୍ଶ୍ୱ ହିଡ଼ ବନ୍ଧ ଭାଙ୍ଗି ଯାଇ ପାଣି ଆଉ ଜମିକୁ ଚାରି ଦିନ ହେଲା ଯାଉନ ଥିବା ଚାଷୀ ମାନେ କହିଛନ୍ତି. ବର୍ତମାନ ଚାଷୀ ମାନେ ଏକତ୍ରିତ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓଙ୍କ ସହ ଜଳ ସେଚନ ବିଭାଗୀୟ ଯନ୍ତ୍ରୀଙ୍କୁ ସମସ୍ୟା ବିଷୟରେ ଅବଗତ କରିବାରୁ ଜିଲ୍ଲା ପରିଷଦ ଅଧକ୍ଷ ଓ ଯନ୍ତ୍ରୀ ସେହି ସ୍ଥାନକୁ ଯାଇ ସମସ୍ୟା ବିଷୟରେ ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି. ବିଭାଗୀୟ କାମ ଶୀଘ୍ର ନ ହେଉଥିବା ଜାଣି ଚାଷୀ ମାନେ ଏକତ୍ରିତ ହୋଇ ଆଡୁବନ୍ଧ ରେ ପଥର, ବାଲିବସ୍ତା ପକେଇ ପାଣି କୁ ରୋକି ପାଣି କିପରି ଚାଷ ଜମି ମାଡ଼ିବ ସେଥିପାଇଁ ପ୍ରୟାସ ମଧ୍ୟ କରୁଥିବା ଦୃଷ୍ଟି ଗୋଚର ହୋଇଛି. ଏହି ନାଳ ର ପାଣି କାଶୀନଗର, ମିଲୁ ଖୁରିଗାଁ, ଲକ୍ଷ୍ମୀପୁର, ହରିପୁର, ଶିଆଳି ଗ୍ରାମର ଚାଷୀ ମାନେ ନିର୍ଭର କରୁଥିବା କାଶୀନଗର ର ଲକ୍ଷ୍ମୀ ନାରାୟଣ ଓ ମନମାଧା ରାଓ,ଖୁରିଗାଁର ଗୋପାଳ ରାଓ,ରାଜପୁର ଗ୍ରାମର ଜି.ଦିବାକର ରାଓ, ଲକ୍ଷପୁର ଗ୍ରାମର ଜି. ଆନନ୍ଦ ଓ ସୂଂକାନିପେଟା ଗ୍ରାମର ମାସା ଶବର କହିଛନ୍ତି. ତୁରନ୍ତ ଯଦି ସେହି ପାଣିକୁ ରୋକା ଯାଇ ପାରିବ ନାହିଁ ତେବେ ସବୁ ଜମି ରେ ମରୁଡି ନିଶ୍ଚିତ ହେବ ବୋଲି ମଧ୍ୟ ସେମାନେ କହି ପ୍ରଶାସନକୁ ଏହି ସମସ୍ୟାର ସମାଧାନ କରିବାକୁ କହିଛନ୍ତି. ଶେଷ ଖବର ସୁଦ୍ଧା ଚାଷୀ ମାନେ ନାଳ ପାଣିକୁ ଚାଷ ଜମିରେ ମଡ଼େଇବାକୁ ଯେଉଁ ପ୍ରୟାସ କରିଛନ୍ତି ସେଥିରେ ସଫଳ ହୋଇଥିବା ଜଣେ ଚାଷୀ ସୂଚନା ଦେଇ ଏହା ଅସ୍ଥାୟୀ ଭାବେ ହୋଇଛି ସ୍ଥାନୀୟ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର କରିବା ଦରକାର ବୋଲି ସୂଚନା ଦେଉଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ