ଗଛରେ ରଖି ବାନ୍ଧି ସୁରକ୍ଷା ଲୋଡ଼ିଲା ତୁଷାର ଚାରିଟେବୁଲ ଟ୍ରଷ୍ଟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ରକ୍ଷା ବନ୍ଧନ । ରାଖି ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖି ବାନ୍ଧେ, ଯେଉଁ ବନ୍ଧନ ସୁରକ୍ଷାର ବନ୍ଧନ ହୋଇ ରହେ । ଭଉଣୀ ଭାଇ ହାତରେ ସମ୍ପର୍କର ଡୋରି ରାଖି ବାନ୍ଧି ତାର ପ୍ରତିବଦଳରେ ସବୁଦିନ ପାଇଁ ମିଳିଥାଏ ସୁରକ୍ଷାର ପ୍ରତିଶ୍ରୁତି ।ସେହିପରି ଗଛ ସହିତ ସମ୍ପର୍କର ଡୋରି ବାନ୍ଧିରେ, ଗଛ ମଧ୍ୟ ଆମକୁ ସୁରକ୍ଷା ଦେଇଥାଏ । ଏହାକୁ ପାଥେୟ କରି ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ମା’ ସୁନାଦେଈ ପ୍ରଡକ୍ସନ ତରଫରୁ ନ୍ୟୁ ଏଜି କଲୋନୀରେ ଗଛରେ ରାଖି ବାନ୍ଧି ଏକ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛି ।ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଛନ୍ତି ଯେ, ଗଛ ଆମର ଭାଇ, ଗଛରେ ରାଖି ବାନ୍ଧିରେ ଭାଇ ଭଳି ଗଛ ଆମକୁ ଅନେକ କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିଥାଏ । ମାତ୍ର ଦିନକୁ ଦିନ ବୃକ୍ଷ ଛେଦନ ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ପାଣି, ପବନ ଓ ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ଅନିୟମିତତା ବର୍ଷା ଯୋଗୁ ଜଳ ସଙ୍କଟ ଦେଖା ଦେଉଛି । ସ୍ୱଚ୍ଛ ଜଳ ପାଇବା ପାଇଁ ହେଲେ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ଦରକାର । ତେଣୁ ପ୍ରତ୍ୟେକ ଭଉଣୀମାନେ ଗଛଟିଏ ଲଗାଇ, ଭାଇ ଭଳି ଗଛରେ ରାଖି ବାନ୍ଧି ସାରା ଜୀବଜଗତକୁ ସୁରକ୍ଷା ପ୍ରଦାନ କରିବାକୁ ଶ୍ରୀ ବାରିକ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିନୋଦ କୁମାର ଦାସ, ଶିବିର ପରିଡ଼ା, ସୁନାକର ସିଂହ, କାଳୀପ୍ରସାଦ ମିଶ୍ର, ଫକିର ବେହେରା, ରଶ୍ମିତା ମଲ୍ଲିକ, ଲିଙ୍ଗା ନାୟକ, ସଂଗ୍ରାମ ଜେନା, କେଦାର ପଟ୍ଟନାୟକ, ପ୍ରଦୀପ କୁମାର ରାଉତ, କୁନା ଜଳିଆ, ଦିଲ୍ଲୀପ, କଲୋନୀର ବରିଷ୍ଠ ନାଗରିକ, କୁନି କୁନି ପିଲା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ