କୋମାରେ ଗଜପତି ପୂର୍ତ୍ତ ବିଭାଗ, ରାସ୍ତାଘାଟ ମରଣଯନ୍ତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗ ବର୍ତମାନ କୋମାକୁ ଚାଲିଯାଇଥିବା ଅଭିଯୋଗ ହେଉଛି। ଜିଲ୍ଲାର ବିଭିନ୍ନ ମୁଖ୍ୟ ରାସ୍ତାଘାଟ ମରଣଯନ୍ତା ପାଲଟିଛି. ପୂର୍ଣ ବିଭାଗ ଅଧୀନ ପ୍ରାୟତଃ ସମସ୍ତ ରାସ୍ତା ଖାଲଖମାରେ ପରିପୂର୍ଣ ହୋଇଛି। ବର୍ଷା ଦିନେ ଖାଲଖମା ବୃଦ୍ଧି ହେବାରେ ଲାଗିଛି। ଏହି ବିଭାଗ ଅଧୀନରେ ଥିବା ଜିଲ୍ଲା ସଦରମହକୁମା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଖାଲଖମା ସମ୍ପର୍କରେ ଅଭିଯୋଗ କଲେ ବିଭାଗୀୟ କର୍ତ୍ତୃପକ୍ଷ ବର୍ଷା ଦିନର ବାହା ଦେଉଛନ୍ତି । ଜିଲ୍ଲାର ଏପରି ଏକ ପ୍ରମୁଖ ସ୍ଥାନ ଗୋଷାଣି ବ୍ଲକ ଗାରବନ୍ଧ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥ ମଧ୍ୟଭାଗରେ ଅନେକ ଗର୍ଭ ସୃଷ୍ଟି ହୋଇ ଘାତକ ସାଜୁଛି I ପୂର୍ବବିଭାଗର ଖାମଖୁଆଲି ମନୋଭାବ ଯୋଗୁଁ ପଥଚାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଲୋକେ ଖାଲଖମା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଜ୍ତ ହେଉଛନ୍ତି। ପୂର୍ବବିଭାଗ କେବଳ ନିରବଦ୍ରଷ୍ଟା ସାଢୁଛି। ପ୍ରକାଶ ଯେ, ଗାରବନ୍ଧ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥ ଗଜପତି ଜିଲ୍ଲାର ଲାବଣ୍ୟଗଡ଼ ଠାରୁ ଆନ୍ଧ୍ରପ୍ରଦେଶର ଚାପରା, ମିଳିଆପୁଟି ଆଦି ଦେଇ ପୁଣି ଓଡ଼ିଶାର ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି, କାଶୀନଗର, ରାୟଗଡ଼ା ଜିଲ୍ଲା ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ଊର୍ଦ୍ଧ୍ବ କିଲୋମିଟର ବ୍ୟାପିଛି। ଏହି ରାଜ୍ୟରାଜପଥ ଉପରେ ରାୟଗଡ଼ା ଜିଲ୍ଲା ସମେତ,ଗଜପତି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶର ବହୁ ଗ୍ରାମାଞ୍ଚଳ ଲୋକେ ବ୍ରହ୍ମପୁର, ଭୁବନେଶ୍ବର ସମେତ ଅନ୍ଧର ବିଭିନ୍ନ ସହରକୁ ଯାତାୟତ କରୁଛନ୍ତି । ଏଥ୍ ଯୋଗୁଁ ଦୈନନ୍ଦିନ ଶହ ଶହ ଗାଡି ମୋଟର ଯାତାୟତ କରୁଛି। ହେଲେ ଗାରବନ୍ଧ ଗ୍ରାମ ମଧ୍ୟରେ ପ୍ରବେଶ କରିବା ମାତ୍ରେ ପ୍ରାୟ ୨୦ ମିଟର ଖାଲଖମା ଭରା ରାସ୍ତା ରହିଛି । ଗ୍ରାମର କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ବାରମ୍ବାର ଗର୍ଭ ସୃଷ୍ଟି ହେଉଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ସମାଧାନ କରୁନାହାନ୍ତି । ଲୋକେ ଏନେଇ ଅଭିଯୋଗ କଲେ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଉଛନ୍ତି। ପ୍ରକୃତପକ୍ଷେ ଗ୍ରାମର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗର୍ଭ ସୃଷ୍ଟି ହେବାର କାରଣ ହେଉଛି ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନେଜ୍ ବ୍ୟବସ୍ଥା I ଏହି ଗୋଟିଏ ସ୍ଥାନକୁ ସାହି ବସ୍ତି ଲୋକଙ୍କ ବ୍ୟବହୃତ ପାଣି ଦୈନନ୍ଦିନ ମୁଖ୍ୟରାସ୍ତାରେ ଭାସୁଛି | ଏହା ସହ ଏହି ପାଣି ଗ୍ରାମର ପ୍ରାୟ ଚାରି ସାହିକୁ ପ୍ରବେଶ କରି ଦୈନନ୍ଦିନ କର୍ଦମାକ୍ତ ପରିବେଶ ସୃଷ୍ଟି କରୁଛି । ଏପରି ଦୈନନ୍ଦିନ ପାଣି ଜମାଟ ଓ ପ୍ରବାହିତ ହେବା ଫଳରେ ରାସ୍ତାଘାଟ ଶୋଚନୀୟ ହେଉଛି। ସମସ୍ୟାର ସମାଧାନ ପାଇଁ ଲୋକେ ବିଭିନ୍ନ ସମୟରେ ବିଭିନ୍ନ ସ୍ତରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି I ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆନ୍ଦୋଳନ | ଠିକ ପନ୍ଥା ଅବଲମ୍ବନ କରାଯିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ କେବଳ ଜିଲ୍ଲା ପ୍ରଶାସନ ଓ ପୂର୍ବବିଭାଗ ହିଁ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତେବନୀ ଦେଇଛନ୍ତି ।