ରାକ୍ଷୀ ପୂର୍ଣ୍ଣିମାରେ ସାଂସଦଙ୍କ ରକ୍ଷା ବନ୍ଧନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତିବର୍ଷ ଭଳି ତାଙ୍କ ଚିରାଚରିତ ଢ଼ଙ୍ଗରେ ପାଳନ କରିଛନ୍ତି।ନିଳଗିରି ଡ଼ାକ୍ତରଖାନା, ନିଳଗିରି ଉପଖଣ୍ଡ କାରାଗାର, ବାଲେଶ୍ଵର ଉତ୍କଳ ବାଳାଶ୍ରମ, ରାଣୀପାଟଣା ଅନ୍ଧମୂକବଧିର ବିଦ୍ୟାଳୟ, ଟେଣ୍ଡା କନ୍ୟାଶ୍ରମ, ଟେଣ୍ଡା ସେବାଶ୍ରମ, ବାଙ୍କୀଶୁଳ ଆଶ୍ରମ ବିଦ୍ୟାଳୟ, ତେଲିପାଳ ଆଶ୍ରମ ବିଦ୍ୟାଳୟ, କସ୍ତୁରବା ଆଶ୍ରମ ବିଦ୍ୟାଳୟ, ତରତରୀ ବାଳିକା ବିଦ୍ୟାଳୟ, ବଣଭୂଇଁ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ରକ୍ଷା ବନ୍ଧନ ସମୟରେ ସମବେତ ରାକ୍ଷୀ ଗୀତ ଗାଇ ସମସ୍ତଙ୍କ ସହିତ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହେଉଥିଲା। ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଏକତା ଓ ପରସ୍ପରକୁ ଭଲପାଇବାର ସମ୍ଭାବନା ଆଣିଦେଇଥାଏ ବୋଲି ସେ କହିଥିଲେ। ଉତ୍କଳ ବାଳାଶ୍ରମରେ ରକ୍ଷାବନ୍ଧନ ସମୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପସଭାପତି କମଳଲୋଚନ ଦାସ, ସମ୍ପାଦକ ବିଜୟ ସାହୁ, ମହୁଆ ପ୍ରଧାନ, ସସ୍ମିତା ଚାନ୍ଦ, ଆଶିଷ ଘୋଷ, ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସହସଂଯୋଜକ ରଣଜିତ ପୁଷ୍ଟି, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବାଳାଶ୍ରମ ଅଧିକାରୀ ସୁବ୍ରତ ମହାପାତ୍ର ଏବଂ ସେଠାକାର ସମସ୍ତ କର୍ମଚାରୀ ରକ୍ଷାବନ୍ଧନରେ ଅଂଶଗ୍ରହଣ କରିଥିଲେ ପରସ୍ପରଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ