ଗଛରେ ରାଖୀ ବାନ୍ଧିଲେ ଆଦିବାସୀ ମହିଳା

ହାଟଡିହି, (ବିକାଶ ବିଶ୍ୱାଳ):ପ୍ରକୃତି କୂଳରେ ରହୁଥିବା ଓ ବଣ ଜଙ୍ଗଲକୁ ଭଲ ପାଉଥିବା ଆଦିବାସୀ ମାନେ ବାସ୍ତବରେ ପ୍ରକୃତିର ପୂଜକ ଅଟନ୍ତି। ଏହାର ଉଦାହରଣ ସ୍ୱରୂପ ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବରେ କେ.ବାଲିପାଳ ଗ୍ରାମ ପଞ୍ଚାୟତର ସବୁ ଗ୍ରାମରେ ସକାଳୁ ମହିଳା ମାନେ ଜଙ୍ଗଲ କୁ ଯାଇ ଗଛ ରେ ରାକ୍ଷୀ ବାନ୍ଧିବା ଓ ପୂଜା କରିବା ଦେଖାଯାଇଥିଲା। ପୂଜା ପରେ ମହିଳା ମାନେ ଶପଥ ନେଇଥିଲେ ନିଶା ନିବାରଣ ଓ ଅପସଂସ୍କୃତି ଠାରୁ ଦୂରରେ ରହିବା, ଜଙ୍ଗଲ ସମ୍ପଦର ସୁରକ୍ଷା କରିବା ସହ ଆଗାମୀ ପିଢ଼ିକୁ ଜଙ୍ଗଲ ସୁରକ୍ଷା ପାଇଁ ପବର୍ତାଇବା। ଆଜିର ଏହି ରକ୍ଷା ବନ୍ଧନ କାର୍ଯ୍ୟରେ କିପରି ସବୁ ମହିଳା ମାନେ ସାମିଲ ହେବେ ସେଥିପାଇଁ ଆର୍.ସି.ଡ଼ି.ସି ଅନୁଷ୍ଠାନ ଦ୍ଵାରା ଗ୍ରାମ ସଭା ମାନ କରାଯାଇଥିଲା ଲୋକଙ୍କୁ ସଚେତନ କରାଯାଇଥିଲା। ଏଣୁ ସବୁବର୍ଗ ର ମହିଳା ମାନେ ଆଜି ସ୍ଵତପ୍ରବୃତ ଭାବେ ପୂଜାର୍ଚ୍ଚନା କରି ସମାଜକୁ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଜଙ୍ଗଲ ଓ ମହିଳାଙ୍କ ମଧ୍ୟରେ କେଉଁ ଆବହମାନ କାଳରୁ ସୁ ସମ୍ପର୍କ ଥିଲା ଓ ଆଗକୁ ରହିବ ମଧ୍ୟ,ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆର୍ ସି ଡ଼ି ସି ର ଆନନ୍ଦ ସେଠୀ ଙ୍କ ସଂଯୋଜନା ରେ ଅନୁଷ୍ଟିତ ହୋଇଥିଲା,ସ୍ବେଛାସେବୀ ନିଟିମା ସିଂ,ବୁଦ୍ଧିରାମ ପୂର୍ତ୍ତି,ଶିବ ହେମ୍ବ୍ରମ,ନାରାୟଣ ସିଂ, କାହ୍ନୁ କସିମଲ୍ ପ୍ରମୁଖ ସହଯୋଗ କରିଥିବା ବେଳେ ଜଙ୍ଗଲ ବିଭାଗର କର୍ମଚାରୀ ମାନେ ମଧ୍ୟ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ