ବ୍ରହ୍ମପୁର ସବଜୋନ ତରଫରୁ ରକ୍ଷାବନ୍ଧନ ପର୍ବ ପାଳିତ

ବ୍ରହ୍ମପୁର,(ଅନିଲ କୁମାର):ପ୍ରଜାପିତା ବ୍ରହ୍ମାକୁମାରୀସ୍ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶା’ିକୁଣ୍ଡ, ଗିରିରୋଡ ସେବାକେନ୍ଦ୍ର ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ପର୍ବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏଥତ୍ରେ ଆଲୋଚ୍ୟ ବିଷୟ ଥତ୍ଲା-’ବିଶ୍ବ ଶା’ି ଏବଂ ଭ୍ରାତୃଭାବ ସକାଶେ ରକ୍ଷାବନ୍ଧନ ପର୍ବର ମହତ୍ତ୍ବ’ । ଉକ୍ତ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯୟକ୍ରମରେ ବ୍ରହ୍ମପୁର ସବଜୋନ ସହ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ଆଲୋଚ୍ୟ ବିଷୟ ସମ୍ପର୍କରେ ନିଜ ବକ୍ତବ୍ୟରେ କହିଥତ୍ଲେ ଯେ ଆଜକୁ ଦୀର୍ଘ 88 ବର୍ଷ ଧରି ପରମପିତା ପରମାତ୍ମା ଶିବ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ମାଧ୍ୟମରେ ସମଗ୍ର ମାନବ ଜାତିକୁ ଆତ୍ମଜ୍ଞାନ ଏବଂ ପରମାତ୍ମା ଜ୍ଞାନର ଶିକ୍ଷା ଦେଇ ଆସୁଛ’ି ତଥା ଆମ ଭାରତବର୍ଷରେ ପ୍ରଚଳିତ ପବିତ୍ର ରକ୍ଷାବନ୍ଧନ ପର୍ବ ପାଳନର ଆଧ୍ୟାତ୍ମିକ ଗୁହ୍ୟ ରହସ୍ୟ ଉନ୍ମୋଚନ କରି ଏହି ଶିକ୍ଷା ଦିଅ’ି ଯେ ଆତ୍ମା ରୂପରେ ଆମେ ସବୁ ଭାଇ-ଭାଇ ଅଟୁ । ନିରାକାର ପରମାତ୍ମାଙ୍କ ସାକାର ମାଧ୍ୟମ ପ୍ରଜାପିତା ବ୍ରହ୍ମାଙ୍କ ସ’।ନରୂପେ ସାକାର ସୃଷ୍ଟିରେ ଆମେ ସମସ୍ତେ ପରସ୍ପର ଭାଇଭଉଣୀ ଅଟୁ । ଏପରି ମନୋଭାବ ଉତ୍ପନ୍ନ ହେବାଦ୍ବାରା ଆମ ସମସ୍ତଙ୍କ ବୁଦ୍ଧି ପବିତ୍ର, ସ୍ବଚ୍ଛ, ମହାନ ଓ ଶକ୍ତିଶାଳୀ ହୁଏ ଏବଂ ମନ ସ୍ଥିର, ଶା’, ନିର୍ଭୟ ତଥା ସଦ୍ଭାବ-ଭ୍ରାତୃଭାବରେ ପରିପୂର୍ଣ୍ଣ ହୋଇ ପାଞ୍ଚ ବିକାର ରୂପୀ ରାବଣରୁ ସୁରକ୍ଷା ପ୍ରାପ୍ତ କରିପାରେ । ଯଦ୍ବାରା ଆତ୍ମା ବାସ୍ତବ ଅର୍ଥରେ ସ୍ବତନ୍ତ୍ର ଜୀବନଯାପନ କରିବା ପୂର୍ବକ ସମୁଦାୟ ବିଶ୍ବର ସର୍ବସମସ୍ୟାର ସମାଧାନ ନିମ’େ ସହାୟକ ହୋଇଥାଏ । ହାଉସିଂ ବୋର୍ଡ ଉପସେବା କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ କସ୍ତୁରୀ ସ୍ବାଗତ ସମ୍ଭାଷଣ, ସଂସ୍ଥା ପରିଚୟ ତଥା ଆଜି ଦିବସରେ ପାଳିତ ଏହି ପର୍ବର ରହସ୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥତ୍ଲେ । ଏହି ଅବସରରେ ଉପସ୍ଥିତ ଶତାଧତ୍କ ବିଶିଷ୍ଟ ବ୍ୟକ୍ତିଗଣଙ୍କୁ ଈଶ୍ବରୀୟ ତିଳକ ପ୍ରଦାନ, ପରମାତ୍ମାଙ୍କ ସୁରକ୍ଷାପତ୍ର ପ୍ରଦାନ, ଈଶ୍ବରୀୟ ପ୍ରସାଦ ବିତରଣ ପୂର୍ବକ ପବିତ୍ର ରକ୍ଷା ସୂତ୍ରରେ ବନ୍ଧାୟମାନ କରାଯାଇଥତ୍ଲା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ସ୍ଥିତ ସମସ୍ତ ବ୍ରହ୍ମାକୁମାରୀସ୍ ପାଠଶାଳା ଏବଂ ଉପସେବା କେନ୍ଦ୍ରମାନଙ୍କ ତରଫରୁ ଦକ୍ଷିଣାଞ୍ଚଳ ପୋଲିସ୍ ଆଇ.ଜି, ପୋଲିସ ଏସ୍.ପି, ଫରେଷ୍ଟ କରଭେସନ୍ ଅଫିସ, ବିଧାୟକ, ମେୟର, କମିଶନର, ବ୍ରହ୍ମପୁର ଏବଂ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ସମେତ ସମସ୍ତ ମହାବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ତଥା ଟାଟା ଷ୍ଟିଲ, ଟାଟା ଟୀ, ଆଦିତ୍ୟ ବିରଳା ଗ୍ରପ୍, ଗୋପାଳପୁର ପୋର୍ଟ, ଏମ୍.କେ.ସି.ଜି ମେଡିକାଲ କଲେଜ, ନର୍ସିଂ ସ୍କୁଲ ଏବଂ କଲେଜ, ସମ୍ ହସପିଟାଲ, ଇନିୟରିଂ ସ୍କୁଲ, ଆଇ.ଟି.ଆଇ, ଓମେନ୍ସ ପଲିଟେକନିକ୍, ଲିଙ୍ଗରାଜ ଲ କଲେଜ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଏଚ୍.ଡି.ଏଫ୍.ସି ଆଦି, ଡିଷ୍ଟିKଉU ଜଜ, ସହରର ସମସ୍ତ ଗଣମାଧ୍ୟମ କାର୍ଯୟାଳୟ, ଆକାଶବାଣୀ, ଦୂରଦର୍ଶନର ସମସ୍ତ ପରିଚାଳକ ତଥା କର୍ମଚାରୀଗଣଙ୍କୁ ଈଶ୍ବରୀୟ ସନ୍ଦେଶ ପ୍ରଦାନ ପୂର୍ବକ ସମୁଦାୟ 20000 ସଂଖ୍ୟକ ରକ୍ଷାସୂତ୍ରରେ ବନ୍ଧାୟମାନ କରାଯାଇଥତ୍ଲା । ବ୍ରହ୍ମପୁର ସବଜୋନ ଅ’ର୍ଗତ ଗାମ, ଗଜପତି, ନୟାଗଡ ଏବଂ ଶ୍ରୀକାକୋଲମଠାରେ ସ୍ଥିତ ସମସ୍ତ ବ୍ରହ୍ମାକୁମାରୀସ୍ ପାଠଶାଳା, ଉପସେବାକେନ୍ଦ୍ର ଏବଂ ସେବାକେନ୍ଦ୍ରରେ ଉପସ୍ଥିତ ବ୍ରହ୍ମାକୁମାରୀମାନଙ୍କୁ ପବିତ୍ର ରାକ୍ଷୀ ବନ୍ଧାଯାଇଥତ୍ଲା । 15 ଦିନ ବ୍ୟାପୀ ପାଳନ ହୋଇ ଆସୁଥତ୍ବା ଏହି ପବିତ୍ର ରକ୍ଷାବନ୍ଧନ ପର୍ବ ଆସ’। ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ଅବସରରେ ସମାପନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ