ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ଦାବିରେ ବିଜେଡ଼ି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ଭତ୍ତାକୁ 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରତିଶୃ୍ତି ଦେଇଥିଲା I କିନ୍ତୁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାର ଗଠନ କରିଥିଲେ ମଧ୍ୟ ତାର ଭତ୍ତା ଜନିତ ପ୍ରତିଶୃ୍ତି ପାଳନ କରିନଥିବା ଅଭିଯୋଗ ଆଣିଛି ବିରୋଧୀ ବିଜୁ ଜନତା ଦଳ I ରାଜ୍ୟ ସରକାର କେବଳ 80 ବର୍ଷରୁ ଊର୍ଦ୍ଧ୍ଵ ନାଗରିକ ଏବଂ ଶତକଡ଼ା 80 ପ୍ରତିଶତରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଥିବା ଭତ୍ତାଧାରିଙ୍କ ପାଇଁ ଭତ୍ତା 3500 ଟଙ୍କାକୁ ବୃଦ୍ଧି କରିଥିଲେ ମଧ୍ୟ ଅନ୍ୟ ଭତ୍ତାଧାରିଙ୍କ ଭତ୍ତାଧାରିଙ୍କ ଭତ୍ତାରେ କୌଣସୀ ବୃଦ୍ଧି ଘଟିନାହିଁ I ଫଳରେ ରାଜ୍ୟରେ 52 ଲକ୍ଷ୍ୟ ଭତ୍ତା ଧାରୀ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ପୂର୍ବତନ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ I ସମସ୍ତ ଭତ୍ତାଧାରୀ ବର୍ଦ୍ଧିତ ଭତ୍ତା ପ୍ରଦାନ ନିମନ୍ତେ ସୋରଡା ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ତନରଡା ପଂଚାୟତରୁ ଆରମ୍ଭ ହୋଇଛି ଜନ ସଚେତନତା କାର୍ଯ୍ୟକ୍ରମ I ଏହି ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବିଜେପି ତାର ସମସ୍ତ ପ୍ରକାର ପ୍ରତିଶୃ୍ତି ତଥା ଭତ୍ତା ବୃଦ୍ଧି, ସୁଭଦ୍ରା ଯୋଜନା, 300 ୟୁନିଟ୍ ମାଗଣା ବିଜୁଳି ଯୋଗାଣରେ ବିଫଳ ହୋଇଥିବା ପ୍ରକାଶ କରିବା ସହ ବିଜେପି ଇଭିଏମ୍ ଠକେଇ କରି ସରକାର ଗଠନ କରିଥିବା ଅଭିଯୋଗ କରିଥିଲେ I ଆଜି ତନରଡା ଠାରେ ଆରମ୍ଭ ହୋଇଥିବା ଜନ ସଚେତନତା କାର୍ଯ୍ୟକ୍ରମ ଆଗାମୀ ଦିନରେ ଉଭୟ ବେଲଗୁଣ୍ଠା ଏବଂ ସୋରଡା ବ୍ଳକ୍ ଓ ଏନଏସିର ସମସ୍ତ ଗ୍ରାମ ଏବଂ ୱାର୍ଡରେ ବ୍ୟାପକ କରାଯିବ ବୋଲି ପ୍ରକାଶ କରିଥିଲେ ପୂର୍ବତନ ବିଧାୟକ ଶ୍ରୀ ସ୍ୱାଇଁ I ଆଜିର କାର୍ଯ୍ୟକ୍ରମରେ ବିଜେଡ଼ି ବେଲଗୁଣ୍ଠା ବ୍ଳକ୍ ସଭାପତି ରାମେଶ୍ଵର ପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ପୂର୍ବତନ ସରପଞ୍ଚ ଅନୀଲ କୁମାର ପାଠୀ,ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ସୋରଡା ନିର୍ବାଚନ ମଣ୍ଡଳୀ ଯୁବବିଜେଡି ସଭାପତି ଦୁର୍ଗମାଧଵ ନାୟକ, ଅଧକ୍ଷ ପ୍ରତିନିଧି ସୁଶାନ୍ତ କୁମାର ନାୟକ, ଶରତ ସ୍ଵାଇଁ,କାଉନସିଲର ଦିଲ୍ଲୀପ ଆଚାରି, ପ୍ରଦୀପ ସେଠି, ସମେତ ଉଭୟ ବ୍ଳକ୍ ଓ ଏନଏସିରୁ ବହୁ ବିଜେଡ଼ି ନେତା ଓ କର୍ମୀ ଯୋଗ ଦେଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ