ବୁଧେଇ ଓଷା ବା ଦଧିବାମନ ଓଷା ପାଳିତ

ନିମାପଡ଼ା,(ସନ୍ତୋଷ ଦାଶ):ଭାଦ୍ରବ ମାସର ପ୍ରଥମ ବୁଧବାର। ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ଗାଁ ଗୁଡ଼ିକରେ ସଧବା ନାରୀ ମାନେ ନିଜ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି କରିଛନ୍ତି ବୁଧେଇ ଓଷା ବା ଦଧିବାମନ ଓଷା। ପ୍ରାତଃରୁ ସ୍ନାନ ପରେ ସଧବା ନାରୀ ମାନେ ଗ୍ରାମର କୋଠ ଘର, ଗ୍ରାମ ଦେବତୀଙ୍କ ପୀଠରେ ପହଞ୍ଚି ସେଠାରେ ଥିବା ଶିଳରେ
ଦଧିବାମନଙ୍କ ମୂର୍ତ୍ତୀ ହଳଦୀ ବଟା ରେ ନିର୍ମାଣ କରିଥିଲେ। ତା ପରେ ଫୁଲ ଦେଇ ଫଳ ମୂଳ ଭୋଗ ଲାଗି କରିଥିଲେ। ସେଠାରେ ଦଧିବାମନ ଓଷା ବହି ପାଠ କରାଯିବାପରେ ସମସ୍ତେ ଠାକୁରଙ୍କୁ ବନ୍ଦାପନା କରି ଥିଲେ। ଏହି ପୂଜା ମାସର ପାଞ୍ଚ ବୁଧବାର ଅନୁଷ୍ଠିତ ହେବ ବୋଲି ପଲ୍ଲୀ ଗ୍ରାମର ସୌଦାମିନି ବାରିକ ଓ ସୁରମା ପ୍ରଧାନ ପ୍ରକାଶ କରିଛନ୍ତି।ବୁଧେଇ ଓଷା ବା ଦଧିବାମନ ଓଷା ପାଇଁ ଗାଁ ସବୁ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ