ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ପ୍ରବେଶ ଉତ୍ସବ

ବୁଗୁଡା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ରାସାୟନିକ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ, ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କର, ଅଧ୍ୟାପକ ଲୋକନାଥ ବେହେରା ଓ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଯୋଗଦେଇ ଥିଲେ। ଅଧ୍ୟାପକ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ନାୟକ ଏବଂ ଅଧ୍ୟାପକ ବୃନ୍ଦ ସାହୁ, ଦାସ, ବେହେରା ଓ ଖଣ୍ଡୁଆଳ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ କର୍ତ୍ତବ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟର ଆଇନ ଓ ବିଭାଗର ଅନୁଶାସନ ବିଷୟରେ ପରାମର୍ଶ ଦିଆଯାଇଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ସହ ପରିଚୟ ହୋଇଥିଲେ। ଶେଷରେ ଦ୍ଵିତୀୟ ବର୍ଷ ଛାତ୍ରୀ ପୂଜା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ