ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭିସା ଓ ମିନଟୋକ୍ ସହଯୋଗିତାରେ “ନିଓ ଫର ମର୍ଚାଂଟ୍‌” ଆପ୍‌ର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭିସା ଓ ମିନଟୋକ୍ ସହଯୋଗିତାରେ ମର୍ଚାଂଟ୍‌ମାନଙ୍କ ଲାଗି “ନିଓ ଫର ମର୍ଚାଟ୍‌” ଆପ୍ ର ଶୁଭାରମ୍ଭ କରାଯାଇଛି । ଉନ୍ନତ ବ୍ୟାଙ୍କିଙ୍ଗ ସମାଧାନ ଜରିଆରେ ବ୍ୟବସାୟକୁ ସଶନ୍ତ କରିବାରେ ଆକ୍ସିସ୍ ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତାରେ ଏହା ଏକ ମାଇଲଖୁଂଟ । ମିତବ୍ୟୟୀ ୟୁଜର ଇଂଟରଫେସ୍‌, ପେମେଂଟ୍ ଗ୍ରହଣ କରିବାର ବିକଳ୍ପ ଓ ମୂଲ୍ୟବାନ ବ୍ୟବସାୟ ସୂଚନା ସହିତ ନିଓ ଫର ମର୍ଚାଂଟ୍ ଭାରତରେ ପେମେଂଟ୍ ଦୃଶ୍ୟପଟ୍ଟରେ ପରିବର୍ତନ ଆଣିପାରିବ ।ନିଓ ଫର୍ ମର୍ଚାଂଟ୍ ଆପ୍ ଜରିଆରେ ମର୍ଚାଂଟ୍‌ମାନେ ପେମେଂଟ୍ ଗ୍ରହଣ କରିପାରିବେ, କାରବାର ରିପୋର୍ଟ ଦେଖିପାରିବେ ଏବଂ ସେବା ଅନୁରୋଧ ପଠାଇପାରିବେ । ସେଥିପାଇଁ ସେମାନଙ୍କୁ ଆଉ ରିଲେସନ୍‌ସିପ୍ ମ୍ୟାନେଜରଙ୍କ ଉପରେ ନିର୍ଭରଶୀଳ ରହିବାକୁ ପଡ଼ିବନି । ଏହି ଆପ୍ ସୁଲଭ ସମାଧାନ ପ୍ରଦାନ କରିବ ଓମ୍‌ନି ଚ୍ୟାନେଲ୍ ପେମେଂଟ୍ ଅନୁଭୂତି ବଢ଼ାଇବ ଏବଂ ମର୍ଚାଂଟ୍‌ମାନଙ୍କ କାରବାର ଓ ସେବା ରିପୋର୍ଟ ଆବଶ୍ୟକତା ପାଇଁ ଏକକ ସମାଧାନ ପ୍ରଦାନ କରିବ ।ଆକ୍ସିସ୍ ବ୍ୟାଙ୍କର ନିଓ ଫର ମଚାଂଟ୍ ଆପ୍ ଜରିଆରେ ମର୍ଚାଂଟମାନେ କାର୍ଡ, ଏସଏମଏସ ପେ, ୟୁପିଆଇ ଜରିଆରେ ପେମେଂଟ୍ ସଂଗ୍ରହ କରିପାରିବେ, ମୋବାଇଲ୍ ଆପ୍ ଜରିଆରେ ଅନେକ କାମ ହୋଇଯିବ, ଫଳରେ ଉଭୟ ମର୍ଚାଂଟ୍ ଓ ଷ୍ଟାଫ୍‌ଙ୍କ ସମୟ ସଂଚୟ ହେବ, ମର୍ଚାଂଟ୍‌ମାନଙ୍କୁ କାରବାର ଓ ସେଟଲ୍‌ମେଂଟ୍ ରିପୋର୍ଟ ମିଳିବ । ମର୍ଚାଂଟମାନେ ସହଜରେ ଏହି ଆପ୍‌କୁ ବ୍ୟବହାର କରିପାରିବେ ।ଭିସା ଓ ମିନଟୋକ୍ ସହ ସହଯୋଗିତା ଜରିଆରେ ଆକ୍ସିସ୍ ବ୍ୟାଙ୍କ ସାରା ଦେଶରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସହ ସମ୍ପର୍କକୁ ମଜଭୁତ କରି ବ୍ୟବସାୟକୁ ଆଗକୁ ବଢ଼ାଇପାରିବ ।ଆକ୍ସିସ ବ୍ୟାଙ୍କର କାର୍ଡ ଏବଂ ପେମେଂଟ୍‌ସର ସଭାପତି ତଥା ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି ଯେ, “ଆମେ ବ୍ୟବସାୟୀ ସମୁଦାୟ ପାଇଁ ବ୍ୟାପକ ଡିଜିଟାଲ ସମାଧାନ ଉପରେ ନିରନ୍ତର କାର୍ଯ୍ୟ କରୁଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ବ୍ୟବସାୟ ଖର୍ଚ୍ଚ କମ୍ କରିବେ ଏବଂ ଡିଜିଟାଲ ପେମେଂଟକୁ ସେମାନେ ସୁଲଭ ମୂଲ୍ୟରେ ଗ୍ରହଣ କରିପାରିବେ । ବ୍ୟବସାୟୀମାନଙ୍କ ପାଇଁ ଆମର ନୂତନ ଭାବରେ ଆରମ୍ଭ ହୋଇଥିବା ନିଓ ହେଉଛି ବ୍ୟବସାୟୀ ସମ୍ପ୍ରଦାୟର ସମସ୍ତ ଆବଶ୍ୟକତା ପାଇଁ ଏକ ସର୍ବୋତମ ସମାଧାନ । ସେମାନଙ୍କ ବ୍ୟବସାୟକୁ ସୁରୁଖୁରୁରେ ପରିଚାଳନା କରିବା, ସୁବିଧା ବୃଦ୍ଧି କରିବା ଏବଂ ଏକ ସୁଦୃଢ଼ ଡିଜିଟାଲ ଗଠନରେ ସେମାନଙ୍କୁ ସମର୍ଥନ କରିବା ପାଇଁ ଏହି ଆପ୍ ଆମ ପାଇଁ ଏକ ଶ୍ରେଷ୍ଠ ସୁଯୋଗ ।”ମିନ୍‌ଟୋକ୍‌ର ସହ ପ୍ରତିଷ୍ଠାତା ତଥା ସିଇଓ ରମଣ ଖଣ୍ଡୁଜା କହିଛନ୍ତି ଯେ,“ବ୍ୟବସାୟୀମାନେ ଡିଜିଟାଇଜେସନ ଅଧିକରୁ ଅଧିକ ଗ୍ରହଣ କରୁଥିବା ବେଳେ ଆକ୍ସିସ୍ ବ୍ୟାଙ୍କ ସହିତ ଆମର ସହଯୋଗିତା ଜରିଆରେ ଏସଏମଇଗୁଡ଼ିକୁ ସଶକ୍ତ କରିବା ପାଇଁ ସହଜ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆମର ବୈଷୟିକ ଦକ୍ଷତା ସହିତ ସେମାନଙ୍କ ବିଶ୍ୱାସ ଏବଂ ବିତରଣକୁ ଉପଯୋଗ କରି ବ୍ୟବସାୟୀମାନଙ୍କ ପାଇଁ ପେମେଂଟ୍‌, ଅର୍ଥ ଏବଂ ବାଣିଜ୍ୟରେ ବ୍ୟବସାୟୀ ଇକୋସିଷ୍ଟମର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଓକୁ ଉପସ୍ଥାପନ କରାଯାଇଛି ।’’ଭିସାର ଭାରତ ଏବଂ ଦକ୍ଷିଣ ଏସିଆର ମର୍ଚାଂଟ୍ ସେଲ୍‌ସ ଏବଂ ଅଧିଗ୍ରହଣ ମୁଖ୍ୟ ଋଷି ଛାବ୍ରା କହିଛନ୍ତି ଯେ, “ଆମେ ଆକ୍ସିସ୍ ବ୍ୟାଙ୍କ ଏବଂ ମିନଟୋକ୍ ସହିତ ମିଶି ନିଓ ଫର୍ ମର୍ଚାଂଟ୍ ଆରମ୍ଭ କରି ପାଇଁ ଗର୍ବ ଅନୁଭବ କରୁଛୁ । ଏହା ଏକ ବୈପ୍ଳବିକ ମୋବାଇଲ୍ ଆପ୍ ଯାହା ବ୍ୟବସାୟୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଡିଜିଟାଲ-ପ୍ରଥମ ଦୁନିଆରେ ଆଗକୁ ବଢ଼ିବା ଏବଂ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସାହାଯ୍ୟ କରିବ । ଏହି ସମାଧାନ ଭାରତୀୟ ବ୍ୟବସାୟୀମାନଙ୍କ ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ସୂଚାଉଛି । ଏହା ଅଭିବୃଦ୍ଧି ପାଇଁ ସୁବିଧା, ଦକ୍ଷତା ଏବଂ ମୂଲ୍ୟବାନ ବୁଝାମଣା ପ୍ରଦାନ କରୁଛି । ଭିସାର ଶକ୍ତି ସହିତ ଆମେ ଆମର ଗ୍ରାହକମାନଙ୍କ ସହିତ ବାଣିଜ୍ୟର ଭବିଷ୍ୟତକୁ ଆକାର ଦେଉଛୁ ଏବଂ ସବୁ ସ୍ଥାନରେ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ଦେୟ ଅନୁଭୂତି ପ୍ରଦାନ କରୁଛୁ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ